ଭୁବନେଶ୍ଵ : 20.11.2025 (ଆ.ଦୁ.ନିଉଜ) ରାଷ୍ଟ୍ରାୟତ୍ତ କାନାରା ବ୍ୟାଙ୍କ, ଭୁବନେଶ୍ୱର ସର୍କଲ ପକ୍ଷରୁ ବ୍ୟାଙ୍କର ପ୍ରତିଷ୍ଠାତା ଆମେମ୍ବାଲ ସୁବାରାଓ ପାଇ ପାଇଙ୍କର ୧୭୩ତମ ଜନ୍ମ ଜୟନ୍ତୀ ଭୁବନେଶ୍ଵର ସର୍କଲ କାର୍ଯ୍ୟାଳୟ ପରିସରରେ ଶ୍ରଦ୍ଧା ଓ ଉତ୍ସାହର ସହିତ ପାଳନ କରାଯାଇଛି। ବ୍ୟାଙ୍କର ମଣ୍ଡଳ ମୁଖ୍ୟ ତଥା ମହାପ୍ରବନ୍ଧକ ଜଗଦୀଶ ଚନ୍ଦର এই କାର୍ଯ୍ୟକ୍ରମର ଅଧ୍ଯକ୍ଷତା କରିଥିଲେ। ଏଥିରେ କାନାରା ବ୍ୟାଙ୍କର କର୍ମଚାରୀମାନଙ୍କ ସହିତ ହାଇ ନେଟ୍ ସ୍ୱର୍ଥ ଗ୍ରାହକମାନେ ଯୋଗଦେଇଥିଲେ। କାର୍ଯ୍ୟକ୍ରମକୁ ସମ୍ବୋଧନ କରି ବ୍ୟାଙ୍କର ଭୁବନେଶ୍ଵର ମଣ୍ଡଳର ମହାପ୍ରବନ୍ଧକ (ଡି) ସୁମନ ଚକ୍ରବର୍ତ୍ତୀ ରାଜ୍ୟରେ କାନାରା ବ୍ୟାଙ୍କର ଗୁରୁତ୍ବପୂର୍ଣ୍ଣ ଅଭିବୃଦ୍ଧି ଉପରେ ଆଲୋକପାତ କରିଥିଲେ। ସେ ବ୍ୟାଙ୍କର ଗ୍ରାହକ-କୈନ୍ଦ୍ରିକ ପଦକ୍ଷେପ ଓ ଉତ୍କୃଷ୍ଟ ବ୍ୟାଙ୍କିଙ୍ଗ୍ ସେବା ପ୍ରଦାନ ପାଇଁ ଏହାର ପ୍ରତିବଦ୍ଧତା ସମ୍ପର୍କରେ ଗ୍ରାହକମାନଙ୍କୁ ଅବଗତ କରାଇଥିଲେ।

ପ୍ରତିଷ୍ଠାତାଙ୍କ ଜନ୍ମ ଦିବସ ଉପଲକ୍ଷେ କେକ୍ କାଟିବା ସମାରୋହ ଆୟୋଜିତ ହୋଇଥୁଲା ଥୂଲା ଏବଂ ବ୍ୟାଙ୍କର ମୂଲ୍ୟବୋଧ ଓ ସମୃଦ୍ଧ ଐତିହ୍ୟ ପ୍ରତି ବ୍ୟାଙ୍କର ସମର୍ପଣକୁ ସୁନିଶ୍ଚିତ କରାଯାଇଥିଲା। ଉପ-ମହାପ୍ରବନ୍ଧକ ନେତ୍ର ମୋହନ ପାତ୍ର ଗ୍ରାହକମାନଙ୍କ ଉପସ୍ଥିତି ପାଇଁ ସେମରନଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ।
