ଭୁବନେଶ୍ଵର, ନଭେମ୍ବର ୧୯ : (ଆ.ଦୁ.ନିଉଜ) ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସେସ ଆଣ୍ଡ ସମ୍ ହସ୍ପିଟାଲ (କ୍ୟାମ୍ପସ-୨) ଫୁଲନଖରାରେ ୨୦୨୫-୨୬ ଶିକ୍ଷା ବର୍ଷ ନିମନ୍ତେ ଡାକ୍ତରୀ ପାଠ୍ୟକ୍ରମରେ ନାମ ଲେଖାଇଥିବା ନୂତନ ଏମ୍ବିବିଏସ୍ ଛାତ୍ରଛାତ୍ରୀଙ୍କ ନିମନ୍ତେ ବୁଧବାର ହ୍ଵାଇଟ୍ କୋଟ ଉତ୍ସବ ଆୟୋଜିତ ହୋଇଯାଇଛି । ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସେସ ଆଣ୍ଡ ସମ୍ ହସ୍ପିଟାଲ-୨ର ଦ୍ବିତୀୟ ବର୍ଷରେ ଏମ୍ବିବିଏସ୍ ପାଠ୍ୟକ୍ରମରେ ନାମ ଲେଖାଇଥିବା ଛାତ୍ରଛାତ୍ରୀ ମାନଙ୍କ ପାଇଁ ଏହି ସତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।

ଏହି ହ୍ଵାଇଟ୍ କୋଟ ଉତ୍ସବରେ ୨୫୦ ଜଣ ଛାତ୍ରଛାତ୍ରୀ ମହର୍ଷି ଚରକଙ୍କ ଶପଥ ନେବା ସହ ମୂଲ୍ୟବୋଧ ଭିତିକ ଚିକିତ୍ସା କରିବା ନିମନ୍ତେ ପ୍ରତିବଦ୍ଧତା ପକାଶ କରିଥିଲେ ।
ଏଥିରେ ସୋଆ ଉପସଭାପତି ଶ୍ରୀମତି ଶାଶ୍ବତୀ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନୂତନ ଏମ୍ବିବିଏସ୍ ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଏହି ଅବସରରେ ଶ୍ରୀମତି ଦାସ କହିଥିଲେ ଯେ ଆଇଏଏସ୍ ଆଣ୍ଡ ସମ ହସ୍ପିଟାଲ୍ ଡାକ୍ତରୀ ଶିକ୍ଷା ଏବଂ ସାସ୍ଥ୍ୟ ସେବା କ୍ଷେତ୍ରରେ ଏକ ଉତ୍କର୍ଷତାର କେନ୍ଦ୍ର ଭାବେ ଉଭା ହୋଇଛି । ଯେଉଁମାନେ ଡାକ୍ତରଙ୍କ ଠାରୁ ଯତ୍ନ ଓ ସେବାର ଆକାଂକ୍ଷା ରଖୁଥାନ୍ତି ସେମାନଙ୍କ ପ୍ରତି ଉପଯୁକ୍ତ ଦାୟିତ୍ଵ, ଉଚିତ ଆଚରଣ ଏବଂ ସମ୍ମାନ ପ୍ରଦର୍ଶନ କରିବାର ନିଦର୍ଶନ ହେଉଛି ଏହି ଦ୍ଵାଇଟ କୋଟ ବୋଲି ଶ୍ରୀମତି ଦାସ କହିଥିଲେ ।

ପ୍ରତି ଛାତ୍ରଛାତ୍ରୀଙ୍କ ଭିତରେ ନିଃସାର୍ଥପର ସେବା, କରୁଣା ଓ ସମର୍ପଣ ମନୋଭାବ ରହିବା ଉଚିତ୍ ବୋଲି ମତ ରଖୁ ସେ କହିଥିଲେ ଯେ ଏହି ଦ୍ଵାଇଟ କୋଟ୍ ଉତ୍ସବ ସେମାନଙ୍କ ଏହି ଯାତ୍ରାର ଆରମ୍ଭ ନୁହେଁ ମାତ୍ର ଏହା ମନୁଷ୍ୟ ସମାଜର ସେବା କରିବା ନିମନ୍ତେ ଏକ ପ୍ରତିବଦ୍ଧତା । ଏହି କୋଟ ପରିଧାନ କରିବା ପରେ ସେମାନଙ୍କ ଦାୟିତ୍ଵ ଓ କର୍ତବ୍ୟ କ’ଣ ରହିଛି ସେ ବିଷୟରେ ପ୍ରଥମେ ଅବଗତ ହେବା ଜରୁରୀ ବୋଲି ସୋଆ ଉପସଭାପତି କହିଥିଲେ ।
କାର୍ଯ୍ୟକ୍ରମରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ନୂତନ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଥିଲେ । ନ୍ୟାସନାଲ ଇନ୍ଷ୍ଟିଚ୍ୟୁସନାଲ ଗ୍ୟାଙ୍କିଙ୍ଗ ଫ୍ରେମ୍ୱାର୍କ (ଏନଆଇଆରଏଫ୍) ଗ୍ୟାଙ୍କିଙ୍ଗସ ୨୦୨୫ରେ ସୋଆ ଦେଶର ଶ୍ରେଷ୍ଠ ୧୫ତମ ବିଶ୍ଵବିଦ୍ୟାଳୟ ଭାବେ ମାନ୍ୟତା ହାସଲ କରିଥିବା ବେଳେ ଆଇଏମଏସ୍ ଆଣ୍ଡ ସମ ହସ୍ପିଟାଲ୍ ମଧ୍ୟ ଦେଶର ୧୫ତମ ଶ୍ରେଷ୍ଠ ମେଡିକାଲ୍ କଲେଜ ଭାବେ ସ୍ଥାନୀତ ହୋଇଛି । ଏଭଳି ଶିକ୍ଷାନୁଷ୍ଠାନରେ ଅଧୟନ କରିବା ନିମନ୍ତେ ଚୟନ କରିଥିବାରୁ ସେ ଉଭୟ ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକଙ୍କୁ ଅଭିନନ୍ଦନ ଜଣାଇଥିଲେ ।
ଡାକ୍ତରୀ ଶିକ୍ଷାକୁ ଏକ ମହାନ ବୃତି ଭାବେ ବର୍ଣ୍ଣନା କରି ସେ ଛାତ୍ରଛାତ୍ରୀମାନଙ୍କୁ ଉତମ ଶିକ୍ଷା ଲାଭ କରିବା ସହିତ ସମାଜ ଓ ରୋଗୀଙ୍କ ପ୍ରତି ଦୟାଳୁ ମନୋଭାବ ସହ ଉତମ ଡାକ୍ତର ହେବା ପାଇଁ ଆହ୍ବାନ ଦେଇଥିଲେ ।
ଏହି କାର୍ଯ୍ୟକ୍ରମରେ ସୋଆର ପୂର୍ବତନ ଉପକୁଳପତି ତଥା ଆଇଏସ୍ଏସ୍ ଆଣ୍ଡ ସମ ହସ୍ପିଟାଲ୍ର ତିନ୍ ପ୍ରଫେସର ଗଙ୍ଗାଧର ସାହୁ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଡାକ୍ତରୀ ବୃତିକୁ କେବଳ ପେସା ଭାବେ ଗ୍ରହଣ ନ କରି ଛାତ୍ରଛାତ୍ରୀମାନେ ସେବା ମନୋଭାବ ରଖ୍ ଏହା ଅଧୟନ କରିବା ଉଚିତ୍ ବୋଲି କହିଥିଲେ । କଠିନ ପରିଶ୍ରମ, ସମୟାନୁବର୍ତିତା ଓ ସକାରାତ୍ମକ ଚିନ୍ତାଧାରା ଆଦି ଗୁଣ ସବୁ ଛାତ୍ରଛାତ୍ରୀଙ୍କ ଠାରେ ରହିବା ଉଚିତ୍ ବୋଲି ପ୍ରଫେସର ସାହୁ କହିଥିଲେ ।
ଏହି କାର୍ଯ୍ୟକ୍ରମରେ ସୋଆର ଉପକୁଳପତି ପ୍ରଫେସର (ଡାକ୍ତର) ପ୍ରସେନଜିତ ମହାନ୍ତି, କଂଟ୍ରୋଲର ଅଫ୍ ଏଗ୍ଜାମିନେସନ୍ ପ୍ରଫେସର ମଞ୍ଜୁଳା ଦାସ ଏବଂ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇ ସର୍ବଦା ସେବା ମନୋଭାବ ନେଇ ରୋଗୀଙ୍କ ଚିକିତ୍ସା କରିବାକୁ ପରାମର୍ଶ ଦେଇଥିଲେ ।
ଆଇଏସ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ କ୍ୟାମ୍ପସ -୨ ଫୁଲନଖରାର ଡିନ୍ ପ୍ରଫେସର (ଡାକ୍ତର) ଅରକ୍ଷିତ ସାଇଁ କାର୍ଯ୍ୟକ୍ରମରେ ଅତିଥିମାନଙ୍କୁ ସାଗତ କରିବା ସହ ଛାତ୍ରଛାତ୍ରୀମାନଙ୍କୁ ମହର୍ଷି ଚରକଙ୍କ ଶପଥ ପାଠ କରାଇଥିଲେ । କାର୍ଯ୍ୟକ୍ରମ ଶେଷରେ ଆଇଏମଏସ୍ ଆଣ୍ଡ ସମ ହସ୍ପିଟାଲ୍-୨ର ମେଡିକାଲ୍ ସୁପରିଟେଣ୍ଡେଟ ପ୍ରଫେସର (ଡାକ୍ତର) ରାଜେଶ କୁମାର ଲେଙ୍କା ଧନ୍ୟବାଦ ଅର୍ପଣ କରିଥିଲେ ।
ଏହି ଅବସରରେ ହସ୍ପିଟାଲର ଆଡିସ୍ନାଲ୍ ମେଡିକାଲ୍ ସୁପରିଟେଣ୍ଡେଟ ପ୍ରଫେସର (ଡାଇର) ତାପସୀ ପତି କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସମସ୍ତ ବିଭାଗୀୟ ମୁଖ୍ୟ, ସିନିୟର ଫ୍ୟାକକ୍ତି, ଆଡିସ୍ନାଲ୍ ତିନ୍, ଡାକ୍ତର, ନର୍ସ ଛାତ୍ରଛାତ୍ରୀଙ୍କର ଅଭିଭାବକଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ।
