*ଗତବର୍ଷ ତୁଳନାରେ ମୋଟ ବିକ୍ରିରେ ଇୟର-ଅନ୍-ଇୟର ୨୫% ଅଭିବୃଦ୍ଧି ହାସଲ କରିଛି
ଗୁରୁଗ୍ରାମ, ଡିସେମ୍ବର ୦୩, ୨୦୨୫: (ଆ.ଦୁ.ନିଉଜ) ହୋଣ୍ଡା ମୋଟରସାଇକଲ ଆଣ୍ଡ୍ ସ୍କୁଟର ଇଣ୍ଡିଆ (ଏଚଏଏସଆଇ) ୨୦୨୫ ନଭେମ୍ବରରେ ମୋଟ ୫,୯୧,୧୩୬ ୟୁନିଟ ବିକ୍ରୟ ରେକର୍ଡ ହାସଲ କରିଛି। ଏଥୁମଧ୍ୟରେ ଘରୋଇ ବଜାରରେ ୫,୩୩,୬୪୫ ୟୁନିଟ ବିକ୍ରି ଏବଂ ୫୭,୪୯୧ ୟୁନିଟ ରପ୍ତାନି ଅନ୍ତର୍ଭୁକ୍ତ । ଏଚଏଏସଆଇ ୨୦୨୪ ନଭେମ୍ବର ତୁଳନାରେ ଇୟର-ଅନ୍-ଇୟର ହିସାବରେ ୨୫ ପ୍ରତିଶତ ଅଭିବୃଦ୍ଧି ହାସଲ କରିଛି ।
ଆର୍ଥିକ ବର୍ଷ ୨୬ (ଏପ୍ରିଲ-ନଭେମ୍ବର ୨୦୨୫)ର ଇୟର-ଟୁ-ଡେଟ୍ (ୱାଇଟିଡି) ନିମନ୍ତେ ଏଚଏମ୍ଏସଆଇ ମୋଟ ୪୨,୩୨,୭୪୮ ୟୁନିଟ ବିକ୍ରି କରିଛି। ସେଥିମଧ୍ୟରେ ୩୮,୧୨,୦୯୬ ୟୁନିଟ ଘରୋଇ ବଜାରରେ ବିକ୍ରି ଏବଂ ୪,୨୦,୬୫୨ ୟୁନିଟ ରପ୍ତାନି ଅନ୍ତର୍ଭୁକ୍ତ ରହିଛି।ଏଚଏମ୍ ଏସଆଇର ୨୦୨୫ ନଭେମ୍ବର ନିମନ୍ତେ ମୁଖ୍ୟ ବୈଶିଷ୍ଟ୍ୟବଳୀ:
ସଡ଼କ ସୁରକ୍ଷା : ଏଚଏମ୍ଏସଆଇ ସଡ଼କ ସୁରକ୍ଷା ଦିଗରେ ନିଜର ପ୍ରତିବଦ୍ଧତା ନିରନ୍ତର ଜାରି ରଖ୍ ନାଗପୁର, ନାସିକ, ଖଞ୍ଜାମ, ଦ୍ବାରକା, ବୋକାରୋ, ହଲଦ୍ବାନି, କର୍ଣାଲ, ବାହାଦୂରଗଡ, ବିକାନେର, କୁବିହାର, ଶାଳାପୁର, ଥେନି ଏବଂ ବେଲଗାଓଁ ସମେତ ରାଷ୍ଟ୍ରର ବିଭିନ୍ନ ସହରରେ ସଚେତନତାମୂଳକ ଅଭିଯାନ ଆୟୋଜନ କରିଛି। ଏହି ଅଭିଯାନଗୁଡିକ ଆନ୍ତଃକ୍ରିୟାଶୀଳ ଶିକ୍ଷଣ ଜରିଆରେ ଦାୟିତ୍ଵସମ୍ପନ୍ନ ସଡ଼କ ବ୍ୟବହାରକୁ ଉତ୍ସାହିତ କରିଥିଲା।
ଏଚଏଏସଆଇ ମଧ୍ୟ ଏହାର ସମସ୍ତ ବିନିର୍ମାଣ ସ୍ଖଳଗୁଡିକ, ୧୦ଟି ଟ୍ରାଫିକ ଟ୍ରେନିଂ ପାର୍କ (ଟିଟିପି) ଏବଂ ୬ଟି ସେଫ୍ଟି ଡ୍ରାଇଭିଂ ଏଜୁକେସନ ସେଣ୍ଟର (ଏସ୍ଡିଇସି)ଗୁଡିକରେ ଦମ୍ଦାର ଭାବରେ କିଡ୍ସ୍ କାର୍ଡିଭାଲ ଆୟୋଜନ ସହିତ ଶିଶୁମାନଙ୍କର ମାସକୁ ପାଳନ କରିଥିଲା। ଏହି ପ୍ରୟାସ ‘ସେପ୍ଟି ଏକ୍ସପ୍ଲୋରର୍ସ : ଜର୍ଣି ଧ୍ରୁ ଟ୍ରାଫିକ୍ ଲ୍ୟାଣ୍ଡ’ ଶୀର୍ଷକରେ ସଡ଼କ ସୁରକ୍ଷା ସମ୍ପର୍କିତ ଶିକ୍ଷାକୁ ଆଦ୍ୟ ବୟସରୁ ପିଲାମାନଙ୍କ ନିମନ୍ତେ ନିୟୋଜନକାରୀ ଓ ମଜାଦାର କରିବା ସହିତ ସେମାନଙ୍କ ମଧ୍ୟରେ ନିରାପତ୍ତା ଅଭ୍ୟାସକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟ ରଖୁଥୁଲା।
ଏଥିସହିତ ଏଚଏଏସଆଇ କୋଏମ୍ବାଟୁର ଓ ବାରଣାସୀରେ ଏକ ସଡ଼କ ସୁରକ୍ଷା ସମ୍ମିଳନୀ ଆୟୋଜନ କରିଥିଲା, ଯେଉଁଥିରେ ପିଲାମାନଙ୍କ ମଧ୍ୟରେ ଆଦ୍ୟାବସ୍ଥାରୁ ସଡ଼କ ସୁରକ୍ଷା ସଚେତନତା ସୃଷ୍ଟି କରିବା ନିମନ୍ତେ ପ୍ରିନସିପାଲ ଏବଂ ଶିକ୍ଷକମାନଙ୍କୁ ଉତ୍ସାହିତ କରିଥିଲା। କର୍ପୋରେଟ ସାମାଜିକ ଦାୟିତ୍ଵ ନିର୍ବାହ: ଅନ୍ତର୍ଭୁକ୍ତିଭିତ୍ତିକ ଦକ୍ଷତା ବିକାଶକୁ ଉ ଏକ ଉଲ୍ଲେଖନୀୟ ପାଦ ଆଗେଇନେଇ,ଏଚଆଇଏଫ୍ ଭିନ୍ନକ୍ଷମମାନଙ୍କ ନିମନ୍ତେ ବେଙ୍ଗାଲୁରୁସ୍ଥିତ ସାର୍ଥକ ଏଜୁକେସନାଲ ଟ୍ରଷ୍ଟ ସହିତ ସହଯୋଗୀତାରେ କୌଶଳ ବିକାଶ କେନ୍ଦ୍ର ଆରମ୍ଭ ସମ୍ପର୍କରେ ଘୋଷଣା କରିଥିଲା। ଏହା ଭିନ୍ନକ୍ଷମ (ପିଡବ୍ଲ୍ୟୁଡି)ମାନଙ୍କ ନିମନ୍ତେ ସ୍ୱତନ୍ତ୍ର ଭାବରେ ପ୍ରସ୍ତୁତ ଧନ୍ଦାମୂଳକ ତାଲିମ ଏବଂ କ୍ୟାରିୟର ସମ୍ପର୍କିତ ପ୍ରୟାସ ଜରିଆରେ ସେମାନଙ୍କୁ ସଶକ୍ତ କରିବା ଉପରେ ଦୃଷ୍ଟିନିବଦ୍ଧ କରିଥିଲା।
