ଭୁବନେଶ୍ଵର : 12.02.2026 [ଆ.ଦୁ.ନି] ଓପିଟିସିଏଲ୍ ପାଓ୍ବାର କ୍ଲବ୍ଠାରେ ହୋଇଯାଇଛି । ଗ୍ରିଡ୍କୋର ପରିଚାଳନା ନିର୍ଦ୍ଦେଶକ ଆଇଏଏସ୍ ଡଃ ସତ୍ୟପ୍ରିୟ ରଥ ଏହି କାର୍ଯ୍ୟକ୍ରମର ଉଦ୍ଘାଟନ କରିଥିଲେ। ଏହି ଅବସରରେ ଶ୍ରୀକାନ୍ତ କୁମାର ସାହୁ (ନିର୍ଦ୍ଦେଶକ, ଅର୍ଥ, ଓପିଟିସିଏଲ୍, କ୍ଷୀରୋଦ କୁମାର ନନ୍ଦ (ନିର୍ଦ୍ଦେଶକ, ଅର୍ଥ), ଗ୍ରିଡ୍କୋ, ପ୍ରଶାନ୍ତ କୁମାର ପଟ୍ଟନାୟକ (ନିର୍ଦ୍ଦେଶକ, ଅପରେସନ), ଓପିଟିସିଏଲ୍, ପ୍ରଦୀପ କୁମାର ଦାଶ (ନିର୍ଦ୍ଦେଶକ (ପ୍ରୋଜେକ୍ଟ), ଓପିଟିସି ପିଟିସିଏଲ୍ ଏଳ ଏବଂ ଅନୀତା ମହାପାତ୍ର, ସିଜିଏମ୍ (ଏଚ୍ଆର୍ଡି) ପ୍ରମୁଖ ସ୍ଵତନ୍ତ୍ର ଅତିଥି ରୂପେ ଯୋଗଦେଇଥିଲେ ଆସୋସିଏସନ୍ର ସଭାପତି ମହେଶ୍ଵର ବେହେରା ସମସ୍ତ ଅତିଥ୍ ଓ ସଦସ୍ୟମାନଙ୍କୁ ସ୍ଵାଗତ କରିଥିଲେ ଏବଂ ଉପୁଜୁଥିବା ବିଭିନ୍ନ ଅସୁବିଧା ଉପରେ ଆଲୋକପାତ କରିଥିଲେ। ଆସୋସିଏସନ୍ର ସାଧାରଣ ସମ୍ପାଦବ ଦାମୋଦର ମିଶ୍ର ବାର୍ଷିକ ରିପୋର୍ଟ ଉପସ୍ଥାପନ କରିଥିଲେ। ସେ ଓପିଟିସିଏଲ୍ ଓ ଗ୍ରି ଡ୍କୋର ଫାଇନାନ୍ସ ଏକ୍ ଜୁକ୍ୟୁଟି ଭମାନଙ୍କର ଅସୁବିଧା ଉପରେ ଆଲୋକପାତ କରିଥିଲେ। ସେ ଫାଇନାନ୍ସ ଏକ୍ ଜୁକ୍ୟୁଟି ଭମାନଙ୍କ ନିଯୁକ୍ତି, ଜୁନିଅର୍ ମ୍ୟାନେଜରମାନଙ୍କ ପଦୋନ୍ନତି ଓ ଆର୍ଥିକ କ୍ୟାଡର୍ର ପୁନର୍ଗଠନ ସମ୍ପର୍କରେ ଦାବୀ କରିଥିଲେ। ମୁଖ୍ୟ ଅତିଥି ଶ୍ରୀ ରଥ ସମସ୍ତ ସଦସ୍ୟଙ୍କୁ ସମ୍ବୋଧୂତ କରିବା ସହ ଗ୍ରି ଡ୍କୋ ଓ ଓପିଟିସିଏଲ୍ର ଆର୍ଥିକ କର୍ମଚାରୀମାନଙ୍କ ଦାୟିତ୍ଵ ଓ ଭୂମିକା ଉପରେ ଆଲୋଚନା କରିଥିଲେ। ସେ କର୍ମଚାରୀମାନଙ୍କ ବର୍ଷି ତ କାର୍ଯ୍ୟ ଉପରେ ମଧ୍ୟ ଆଲୋଚନା କରିଥିଲେ। ସମସ୍ତ ସଦସ୍ୟଙ୍କ ଦାବୀଗୁଡିକ ଉପରେ ଆଲୋଚନା କରାଯାଇ ସମୟକ୍ରମେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ସମସ୍ତଙ୍କୁ ପ୍ରତିଶୃତି ଦେଇଥିଲେ। ଶ୍ରୀକାନ୍ତ କୁମାର ସାହୁ ଓ କ୍ଷୀରୋଦ ଚନ୍ଦ୍ର ନନ୍ଦ କମ୍ପାନୀର ବଦଳୁଥିବା ପରିସ୍ଥିତିରେ ଫାଇନାନ୍ସ ଅଧିକାରମାନଙ୍କ ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ, ଯାହା ଦ୍ବାରା କମ୍ପାନୀ ଆଇନ୍ ୨୦୧୩, ଆଇଏନ୍ଡି, ଏଏସ୍ , ଗ୍ରିଡ୍କୋ / ଓପିଟିସିଏଲ୍ରେ ସାପ୍ ଦ୍ଵାରା କରାଯାଇଥିବା ପରିବର୍ତ୍ତନ ସହିତ ସେମାନେ ନିଜକୁ ଖାପ ଖୁଆଇ ପାରିବେ। ଏହି ଅବସରରେ ଏକ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା। ଗ୍ରି ଡ୍କୋ ଓ ଓପିଟିସିଏଲ୍ର ଅଧିକାରୀମାନେ ଏଥିରେ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ। ଏଥିରେ ୫୦ ୟୁନିଟ୍ରୁ ଉର୍ଦ୍ଧ ରକ୍ତ ସଂଗୃହୀତ ହୋଇଥିଲା। ଏହି ଅବସରରେ ଏକ ସ୍ମାରକୀ ପୁସ୍ତକ ଉନ୍ମୋଚିତ ହୋଇଥିଲା। ଆସୋସିଏସନ୍ର ଏକ୍ଜିକ୍ୟୁଟିଭ ବଡି ସଦସ୍ୟ ସମ୍ବିତ କୁମାର ସାମନ୍ତ ଧନ୍ୟବାଦ ଜ୍ଞାପନ କରିଥିଲେ । ୧୫୦ରୁ ଉର୍ଦ୍ଧ ଫାଇନାନ୍ସ ଅଧୂକାରୀ ଏବଂ ଆମନ୍ତ୍ରିତ ବରିଷ୍ଠ ଅଧିକାରୀମାନେ ଏହି ଉଦ୍ଘାଟନୀ ଉତ୍ସବରେ ଯୋଗଦେଇଥିଲେ।
