ଭୁବନେଶ୍ଵର,13.02.2026 [ଆ.ଦୁ.ନି]: ଏସିଆର ଅସୁରକ୍ଷିତ ବୌଦ୍ଧ ଐତିହ୍ୟର ସୁରକ୍ଷା ଦିଗରେ କିଟ ଏକ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ଯାଉଛି । ଏସିଆ ମହାଦେଶର ଗ୍ରାମାଞ୍ଚଳରେ ଥିବା ୯୦ ପ୍ରତିଶତରୁ ଅକ ବୌଦ୍ଧ ଐତିହ୍ୟ ସ୍ଥଳ ଅସୁରକ୍ଷିତ ରହିଥିବା ବେଳେ ଏ ସଂପର୍କରେ ଭାରତ, ଚୀନ୍, କୋରିଆ ଓ ଜାପାନର ବିଶେଷଜ୍ଞମାନେ ଚିନ୍ତା ପ୍ରକଟ କରିଛନ୍ତି I କିଟ୍ ଓ କିସ୍ ଏହି ସବୁ ଐତିହ୍ୟ ସ୍ଥଳର ସୁରକ୍ଷା କିପରି କରାଯାଇପାରିବ ସେ ନେଇ ପଦକ୍ଷେପ ଗ୍ରହଣ କରିବା ଇଣ୍ଡିଆନ୍ ଟ୍ରଷ୍ଟ ଫି ରୁରାଲ ହେରିଟେଜ୍ ଆଣ୍ଡ୍ ଡେଭେଲପମେଣ୍ଟ ଦ୍ୱାରା ଗ୍ରାମାଞ୍ଚଳରେ ଅସୁରକ୍ଷିତ ବୌଦ୍ଧ ଐତିହ୍ୟ ସ୍ଥଳର ସଂରକ୍ଷଣ ଓ ପରିଚାଳନା ପାଇଁ ଏକ ଅନ୍ତର୍ଜାତୀୟ ଏକାଡେମୀ ପ୍ରତିଷ୍ଠା ହେବାକୁ ଯାଉଛି!
କିସ ବିଶ୍ଵବିଦ୍ୟାଳୟର ଉପକୁଳାଧୂପତି ପ୍ରଫେସର ଅମରେଶ୍ଵର ଗାଲା ଏହି ଏକାଡେମୀର ନେତୃତ୍ୱ ନେବୋ ପ୍ରଫେସର ଗାଲା କିଟ୍ ଲ ସ୍କୁଲ ସହଯୋଗରେ ୟୁନେସ୍କୋ ଅନ୍ତର୍ଜାତୀୟ ଐତିହ୍ୟ ଆଇନ ପାଇଁ ପାଠ୍ୟକ୍ରମ ପ୍ରସ୍ତୁତ କରୁଛନ୍ତି। କିଟ୍ ଲସ୍କୁଲରେ ଏହି ପାଠ୍ୟକ୍ରମ ଆରମ୍ଭ ହେବା ପରେ ଏହା ଦକ୍ଷିଣ ଏସିଆରେ ପ୍ରଥମ ଶୈକ୍ଷିକ କାର୍ଯ୍ୟକ୍ରମ ହେବ ବୋଲି କୁହାଯାଉଛି l ପ୍ରଫେସର ଗାଲା ଗତ ବର୍ଷ ଏକ ପ୍ରମୁଖ ଅନ୍ତର୍ଜାତୀୟ ସମ୍ମିଳନୀରେ ଏହି ଏକାଡେମୀ ନିମନ୍ତେ ପ୍ରସ୍ତାବ ଉପସ୍ଥାପନ କରିଥିଲେ । ସେହି ପ୍ରସ୍ତାବକୁ ଆଧାର କରି ବିଶ୍ଵ ସ୍ତରୀୟ ବିଶେଷଜ୍ଞମାନଙ୍କର ଏକ ପ୍ରତିନିଧି ଦଳ ଗତ ୭ ତାରିଖରେ ନୂଆଦିଲ୍ଲୀରେ ଏହି ଏକାଡେମୀର ଗଠନ, ପାଠ୍ୟକ୍ରମ ଓ ଦୀର୍ଘକାଳୀନ ରୋଡ୍ମ୍ୟାପ୍ ଉପରେ ବିସ୍ତୃତ ଆଲୋଚନା କରିଥିଲେ I ଆଲୋଚନା ସମୟରେ ଗ୍ରାମୀଣ
ପ୍ରେକ୍ଷାପଟ୍ଟରେ ଅସୁରକ୍ଷିତ ବୌଦ୍ଧ ସ୍ଥଳଗୁଡ଼ିକୁ ସୁରକ୍ଷା ଦେବା ପାଇଁ ଆଇନଗତ ଢାଞ୍ଚା, ସ୍ଥାନୀୟ ଲୋକଙ୍କ ଭାଗୀଦାରି ଓ ନୈତିକ ପରିଚାଳନା ସମନ୍ବିତ ମଡେଲର ଆବଶ୍ୟକତା ଉପରେ ପ୍ରଫେସର ଗାଲା ଗୁରୁତ୍ୱାରୋପ କରିଥିଲେ |ଏହି ପ୍ରୟାସ ଓଡ଼ିଶା ପାଇଁ ବିଶେଷ ଗୁରୁତ୍ଵ ବହନ କରେ I ସଂପ୍ରତି ୟୁନେସ୍କୋ ଏକ କ୍ରମିକ ନାମାଙ୍କନ ମାଧ୍ୟମରେ ରାଜ୍ୟର ପ୍ରସିଦ୍ଧ ବୌଦ୍ଧ ସ୍ୱର୍ଣ୍ଣ ତ୍ରିଭୁଜ – ରନ୍ଗିରି, ଉଦୟଗିରି ଓ ଲଳିତଗିରିକୁ ବିଶ୍ୱ ଐତିହ୍ୟ ମାନ୍ୟତା ପ୍ରଦାନ ପାଇଁ ଭାରତର ଅସ୍ଥାୟୀ ତାଲିକାରେ ଅନ୍ତର୍ଭୁକ୍ତ କରିଛି I ଯଦି ଏହାକୁ ପୂର୍ଣ୍ଣ ବିଶ୍ୱ ଐତିହ୍ୟ ମାନ୍ୟତା ମିଳେ, ତେବେ ପ୍ରସ୍ତାବିତ ଶୈକ୍ଷିକ କାର୍ଯ୍ୟକ୍ରମ ଓ ଅନ୍ତର୍ଜାତୀୟ ଏକାଡେମୀ ଏହି ଐତିହାସିକ ସ୍ଥଳଗୁଡ଼ିକୁ ପରିଚାଳନା, ସଂରକ୍ଷଣ ଓ ଆଇନଗତ ସୁରକ୍ଷା ଦେବାରେ ଓଡ଼ିଶାର ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିବ ବୋଲି କୁହାଯାଉଛି I
