ଭୁବନେଶ୍ଵର 25.02.2026 [ଆ.ଦୁ.ନି]: କାନାରା ବ୍ୟାଙ୍କ, ସର୍କଲ କାର୍ଯ୍ୟାଳୟ, ଭୁବନେଶ୍ଵର ପକ୍ଷରୁ ଏକ ମେଗା ରିଟେଲ୍ ଏକ୍ସପୋ ହୋଟେଲ ପଲ ହାଇଟ୍ସଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ରିଟେଲ୍ ଏକ୍ସପୋ ଗୃହ ଋଣ, ଗାଡି ଋଣ, ବ୍ୟକ୍ତିଗତ ଋଣ, ଶିକ୍ଷା ଋଣ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟାଙ୍କିଙ୍ଗ୍ ସେବାକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଆୟୋଜନ କରାଯାଇଥିଲା। ଖୁଚୁରା ଋଣ ପୋର୍ଟଫୋଲିଓକୁ ବିସ୍ତାର କରିବା, ଗୁଣାତ୍ମକ ଲିଡ୍ ସୃଷ୍ଟି କରିବା ଏବଂ ଭୁବନେଶ୍ଵର ଅଞ୍ଚଳରେ ଗ୍ରାହକଙ୍କ ଯୋଗଦାନ ବୃଦ୍ଧି କରିବା ଏହି କାର୍ଯ୍ୟକ୍ର ମର ମୁଖ୍ୟ ଲକ୍ଷ୍ୟ ଥିଲା । ଏଥିରେ ୧୦୦ ଜଣ ବିଲ୍ଡର, ଅଟୋମୋବାଇଲ ଡିଲର, ଡିଏସ୍ଏ ଏବଂ ଭୁବନେଶ୍ଵର ଶ୍ୱର ଓ କଟକ କ୍ଷେତ୍ରର କ୍ଷେତ୍ରୀୟ ପ୍ରବନ୍ଧକ, କଟକ ଓ ଭୁବନେଶ୍ୱରର ଶାଖା, ସର୍କଲ କାର୍ଯ୍ୟାଳୟ । ଏବଂ ବ୍ୟବସାୟିକ ସଂସ୍ଥାର ସଦସ୍ୟମାନେ ଯୋଗଦେଇଥିଲେ। ସମସ୍ତ ଅଂଶଗ୍ରହଣକାରୀଙ୍କୁ କାନାରା ବ୍ୟାଙ୍କ ଦ୍ବାରା ପ୍ରତିଯୋଗିତାମୂଳକ ସୁଧହାର, ପରିଶୋଧ ବିକଳ୍କ ଏବଂ ଯୋଗ୍ୟତା ମାନଦଣ୍ଡ ସହିତ ପ୍ରଦାନ କରାଯାଇଥିବା ବିଭିନ୍ନ ଖୁଚୁରା ଋଣ ଉତ୍ପାଦ ବିଷୟରେ ଅବଗତ କରାଯାଇଥିଲା । କାନାରା ବ୍ୟାଙ୍କ ଭୁବନେଶ୍ଵର ସର୍କଲର ସର୍କଲ ମୁଖ୍ୟ ସୁମନ ଚକ୍ରବର୍ତ୍ତୀଙ୍କ ଅଧ୍ଯକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଉପ-ମହାପ୍ରବନ୍ଧକ ନେତ୍ର ମୋହନ ପାତ୍ର କାର୍ଯ୍ୟାକ୍ରମରେ ଯୋଗ ଦେଇଥିଲେ l ବ୍ୟାଙ୍କ ଦ୍ବାରା ପ୍ରଦାନ କରାଯାଉଥିବା ବିଭିନ୍ନ ଖୁଚୁରା ଉତ୍ପାଦ ବିଷୟରେ ନିଜର ଅନ୍ତର୍ଦୁ ଷ୍ଟି ବାଣ୍ଟିଥ୍ କ୍ଷେତ୍ରରେ ପର୍ଯ୍ୟାପ୍ତ ଅନୁସନ୍ଧାନ ସୃଷ୍ଟି କରିବା, ଉତ୍ତମ ବ୍ୟବସାୟିକ ସମ୍ଭାବନ ନା ସହିତ ନୂତମ ନୂତନ ଋଣ ପ୍ରସ୍ତାବଗୁଡିକର ସୋସିଂ, ସ୍ଥାନୀୟ ବିଲ୍ଡରଙ୍କ ସହ ସମ୍ପର୍କ ସୁଦୃଢ କରିବା ଏବଂ ବଂ ସ୍ଥାନୀୟ ମାର୍କେଟ୍ରେ ବ୍ରାଣ୍ଡ୍ ଭାଲ୍ୟୁ ବୃଦ୍ଧି କରିବା ଆଦି ଏହି ଏକ୍ସପୋର ପ୍ରମୁଖ ଫଳାଫଳ ରହିଥିଲା। ଆଗାମୀ । ଦିନଗୁଡିକରେ ରେ ସୃଷ୍ଟି ହୋଇଥିବା ଲିଡ୍ ଗୁଣାତ୍ମକ ବ୍ୟବସାୟରେ ପରିଣତ ହୋଇପାରିବ ବୋଲି ବ୍ୟାଙ୍କ ତରଫ ରଫରୁ ଆଶା କରାଯାଉଛି ।
