ଭୁବନେଶ୍ଵର, ୨୫.୨ [ଆ.ଦୁ.ନି] : ଅରୁନ୍ଧତୀ ଫାଉଣ୍ଡେସନ ସଦା ସର୍ବଦା ନିଜର ସାମାଜିକ ଦାୟିତ୍ୱବୋଧ ତୁଲାଇବା ସହ ଅନେକ ସମାଜ କଲ୍ୟାଣ କାର୍ଯ୍ୟକଳାପ ମାଧ୍ଯମରେ ସବୁବେଳେ
ନିଜର ଦୃଢ଼ ଉପସ୍ଥିତି ଜାହିର କରି ଆସିଛି ସେବା ଓ ପରୋପକାରର ଏହି ମତ୍ୱାକାଂକ୍ଷାକୁ ଆଉ ପାଦେ ଆଗକୁ ନେବା ପାଇଁ ଅରୁନ୍ଧତୀ ପକ୍ଷରୁ ଗତ ଫେବୃଆରୀ ୨୫ ତାରିଖ ଦିନ ଦୁଇଟି ପ୍ରମୁଖ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ସଫଳତାର ସହ ସମ୍ପନ୍ନ ହୋଇଯାଇଛି।
ସାମାଜିକ ପ୍ରତିବଦ୍ଧତା ଓ ମାନବିକତାର ଏକ ନିଦର୍ଶନ ସ୍ଵରୂପ, ଓଡ଼ିଶାର ୧୦ ଟି ପ୍ରମୁଖ ସହର- ଭୁବନେଶ୍ଵର, କଟକ, ପୁରୀ, ବ୍ରହ୍ମପୁର, ରାଉରକେଲା, ସମ୍ବଲପୁର, ବଲାଙ୍ଗୀର, ବରଗଡ଼, ଭବାନୀପାଟଣା ଏବଂ ଅନୁଗୁଳ ଠାରେ ଏକ ବିଶାଳ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ଭୁବନେଶ୍ଵରରେ ९४०० ୟୁନିଟ୍ ରକ୍ତ ସଂଗ୍ର କରାଯାଇଛି l
ଆୟୋଜିତ ଏହି ମହତ କାର୍ଯ୍ୟକ୍ରମରେ ମାନ୍ୟବର ସ୍ଵାସ୍ଥ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୁକେଶ ମହାଲିଙ୍ଗ ଏବଂ ଭୁବନେଶ୍ୱର ଏକାମ୍ର ବିଧାୟକ ବାବୁ ସିଂ ମୁଖ୍ୟ ଅତିଥି ଭାବେ ଯେ । ଗ ଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରି ଥିଲେ । ଗତ ବର୍ଷ ଅରୁନ୍ଧତୀ ଦ୍ୱାରା ଆୟୋଜିତ ଶିବିରରେ ୧୦୦୦ ୟୁନିଟ୍ ରକ୍ତ ସଂଗୃହିତ ହୋଇଥିବା ବେଳେ ଚଳିତ ବର୍ଷ ୧୫୦୦ ୟୁନିଟ୍ ରକ୍ତ ସଂଗ୍ରହ କରି । ଅରୁନ୍ଧତୀ ଫାଉଣ୍ଡେସନ ଏକ ନୂତନ କୀର୍ତିମାନ ସ୍ଥାପନ କରିଛି I ରକ୍ତର କୌଣସି ବିକଳ୍ପ ନାହିଁ ରକ୍ତିର ପ୍ରତିଟି ବିନ୍ଦୁ ମଧ୍ୟରେ ଏକ ଅମୂଲ୍ୟ ଜୀବନ ବଞ୍ଚାଇବାର ଶକ୍ତି ନିହିତ ଥାଏ ଏହି ମହତ ଦାନ କେବଳ ଏକ ସାମାଜିକ ସେବା ନୁହେଁ, ବରଂ ମାନବିକତାର ସର୍ବଶ୍ରେଷ୍ଠ ପରିଚୟ ଅଟେଛ ଏହା ସହିତ ଭୁବନେଶ୍ୱରସ୍ଥିତ
ଶ୍ରୀରାମ ମନ୍ଦିର ପ୍ରାଙ୍ଗଣରେ ଅରୁନ୍ଧତୀ ଫାଉଣ୍ଡେସନ କ୍ଷରୁ ଏକ ଶୁଦ୍ଧ ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ଉଦ୍ଘା ଦ୍ଘାଟିତ ହୋଇଯାଇଛି I ମନ୍ଦିରକୁ ଆସୁଥୁବା ହଜାର ହଜାର ଶ୍ରଦ୍ଧାଳୁ ଏବଂ। ଜନପଥରେ ରେ ଯାତାୟତ କରୁଥିବା ସାଧାରଣ ଜନତାଙ୍କୁ ସ୍ୱଚ୍ଛ ପାନୀୟ ଜଳ ଯୋଗାଇଦେବା ଲକ୍ଷ୍ୟରେ ଏହି ପ୍ରକଳ୍ପର ଶୁଭାରମ୍ଭକରାଯାଇଛି ଏହି ପ୍ରକଳ୍ପକୁ ଭୁବନେଶ୍ଵର ମଧ୍ଯ ବିଧାୟକ ଅନନ୍ତ ନାରାୟଣ ଜେନା ଭୁବନେଶ୍ଵର ମେୟର ସୁଲୋଚନା ଦାସ ଅତିଥି ଭାବେ ଯୋଗଦେଇ ଲୋ ଲୋକାର୍ପିତ କରିଥିଲେ | ଏହି ମହା ଅଭିଯାନକୁ ସୁଚାରୁ ରୂପେ ପରିଚାଳନା କରିବା ପାଇଁ ଅରୁନ୍ଧତୀ ପରିବାର ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଥିଲା ଅରୁନ୍ଧତୀର ପରିଚାଳନା ନିର୍ଦ୍ଦେଶକ ବ୍ରହ୍ମାନନ୍ଦ ମେହେର ନିଜେ ଉପସ୍ଥିତ ରହି ଏହି ଅଭିଯାନର ନେତୃତ୍ୱ ତୃତ୍ୱ ନେବା ସହ ସମସ୍ତ ରକ୍ତିଦାତା ଓ କର୍ମକର୍ତ୍ତା ମାନଙ୍କୁ ଉତ୍ସାହି କରିଥିଲେ | ଏହି ଅବସରରେ ସେ ନିଜର ମତ କରି କହିଥିଲେ, ରକ୍ତଦାନ ହେଉ କିମ୍ବା ପାନୀ ନୀୟ ଜଳ ପ୍ରକଳ୍ପ, ଅରୁନ୍ଧତୀ ଫାଉଣ୍ଡେସନ ସବୁବେଳେ ସମାଜ କଲ୍ୟାଣର ବିଭିନ୍ନ ଦିଗରେ ସକ୍ରିୟ ଯୋଗଦାନ ଦେଇ ଦଇଆସିଛି। ନିଜର ସାମାଜିକ ଦାୟିତ୍ୱବୋଧକୁ ହୃଦୟଙ୍ଗମ କରି ଅରୁନ୍ଧତୀ ଆଗାମୀ ଦିନରେ ମଧ୍ୟ ସାମାଜିକ ହିତ ସାଧନ ପାଇଁ ଏହିପରି ନିରନ୍ତର ପ୍ରୟାସ ଜାରି ରଖିବ । ଏହି ଅଭିବ୍ୟକ୍ତି ସହ ସେ ସମଗ୍ର ଓଡ଼ିଶାର ସ୍ୱେଚ୍ଛାକୃତ ରକ୍ତଦାତା ଏବଂ ଶୁଭେଚ୍ଛୁମାନଙ୍କୁ ଆନ୍ତରିକ କୃତଜ୍ଞତା ସହ ଧନ୍ୟବାଦ ଜଣାଇଛନ୍ତି I
