ଭୁବନେଶ୍ବର :2.02.2026 [ଆ.ଦୁ.ନି] ନ୍ୟାସନାଲ ଆଲୁମିନିୟମ୍ କମ୍ପାନୀ ଲିମିଟେଡ଼ (ନାଲ୍କୋ)ର କର୍ମଚାରୀମାନଙ୍କ ମାସିକ ବେତନ ସହାୟକ ଆକାଉଣ୍ଟ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ଖୋଲିବା ନିମନ୍ତେ ବ୍ୟାଙ୍କ ଅଫ୍ ଇଣ୍ଡିଆ ଓ ନାଲ୍ ଲ୍କୋ ମଧ୍ଯରେ ଏକ ଚୁକ୍ତିପତ୍ର ସ୍ୱାକ୍ଷରିତ ହୋଇଯାଇଛି। ଏହି ଅବସରରେ ବ୍ୟାଙ୍କ ଅଫ୍ ଇଣ୍ଡିଆର ଭୁବନେଶ୍ବର କ୍ଷେତ୍ର ମହାପ୍ରବନ୍ଧକ କାର୍ଯ୍ୟାଳୟର ମହାପ୍ରବନ୍ଧକ ବିକାଶ କ୍ରୀଷ୍ଣା, ବ୍ୟାଙ୍କର ଭୁବନେଶ୍ଵର ଅଞ୍ଚଳର ଆଞ୍ଚଳିକ ମୁଖ୍ୟ ବିଜୟ କୁମାର ମଲିକ, ଭୁବନେଶ୍ୱର କ୍ଷେତ୍ର ମହାପ୍ରବନ୍ଧକ, ପ୍ରବନ୍ଧକ କାର୍ଯ୍ର୍ଯଳୟ ସହା ମହାପ୍ରବନ୍ଧକ ଅଶୋକ କୁମାର ଜେନା, ବ୍ୟାଙ୍କର ଭୁବନେଶ୍ଵର ଅଞ୍ଚଳର ଉପ-ଆଞ୍ଚଳିକ ମୁଖ୍ୟ ଏସ୍ .କେ .କେ ଦାସ ଏବଂ ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟର ରିସୋର୍ସ ତଥା ମାର୍କେଟିଂ ଟିମ୍ ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ନାଲ୍କୋର ଏ.କେ. ବେହୁରିଆ (ନିର୍ଦ୍ଦେଶକ, ଅର୍ଥ ବିଭାଗ), ମୁଖ୍ୟ ମହାପ୍ରବନ୍ଧକ ପି.କେ. ତ୍ରିପାଠୀ, ମୁଖ୍ୟ ମହାପ୍ରବନ୍ଧକ ଏସ୍.କେ. ସାହୁ, ଉପ-ମହାପ୍ରବନ୍ଧକ ଅଲୋକ ତ୍ରିପାଠୀ , ଉପ-ମହାପ୍ରବନ୍ଧକ ଏ ପାଢୀ ଏବଂ ଉପ-ମହାପ୍ରବନ୍ଧକ ଗଗନ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ କର୍ମଚାରୀ ମାନଙ୍କ ପାଇଁ ବ୍ୟାଙ୍କର ବେତନ ଆକାଉ କାଉଣ୍ଟ ଯୋଜନା ସମ୍ବନ୍ଧୀୟ ଏକ ଉପସ୍ଥାପନା ପ୍ରସ୍ତୁତ କରାଯାଇଥିଲା। ଏହି ଚୁକ୍ତିପତ୍ର ଅନୁଯାୟୀ ନାଲ୍କୋ ପାଇଁ ପ୍ରସ୍ତୁତ ସ୍ୱତନ୍ତ୍ର କଷ୍ଟୋମାଇଜ୍ ବେତନ ଆକାଉଣ୍ଟ ଧାରୀମାନଙ୍କୁ ବ୍ୟାଙ୍କ ପକ୍ଷରୁ ମାଗଣା ଦୁର୍ଘଟଣାଜନିତ (ମୃତ୍ୟୁ) ବୀମା କଭର ଏବଂ ମାଗଣା ଟର୍ମ ଇନ୍ସ୍ୟୁରାନ୍ସ ଆଦି ସୁବିଧା ଉପଲବ୍ଧ ରହିଛି। ଏଥ୍ ସହିତ ବେତନ ଆକାଉଣ୍ଟଧାରୀ ମାନଙ୍କ ପାଇଁ ବ୍ୟାଙ୍କ ପକ୍ଷରୁ ଆହୁରି ଅନେକ ସୁବିଧା ରହିଛି ବୋଲି ବ୍ୟାଙ୍କ ପକ୍ଷରୁ ପ୍ରକାଶ ପାଇଛି।
