ଭୁବନେଶ୍ୱର 25.03.2026 [ଆ.ଦୁ.ନି] ଇଣ୍ଡିଆନ୍ ବ୍ୟାଙ୍କ ଦ୍ବାରା “ଭାରତୀୟ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥାରେ ପ୍ରୌଦଗିକ ପରିବର୍ତ୍ତନର ଭବିଷ୍ୟତ ଧାରଣା” ସମ୍ପର୍କୀତ ଏକ ଅଖିଳ ଭାରତୀୟ ରାଜଭାଷା ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏହି ସମ୍ମିଳନୀରେ ପଦ୍ମଶ୍ରୀ ମାଳୀନି ଅବସ୍ତି ମୁଖ୍ୟ ଅତିଥି ରୂପେ ଏବଂ ପଦ୍ମଶ୍ରୀ ଡଃ. ବିଦ୍ୟା ବିନ୍ଦୁ ସିଂ ଓ ଡଃ. ଛବିଳ କୁମାର ମେହେର, ଉପ-ନିର୍ଦ୍ଦେଶକ (କାର୍ଯ୍ୟାନ୍ଵୟନ), ଭାରତ ସରକାର ବିଶିଷ୍ଟ ଅତିଥୁ ରୂପେ ଯୋଗଦେଇଥିଲେ। ଇଣ୍ଡିଆନ୍ ବ୍ୟାଙ୍କର କାର୍ଯ୍ୟପାଳକ ନିର୍ଦ୍ଦେଶକ ବ୍ରଜେଶ କୁମାର ସିଂ ଏହି କାର୍ଯ୍ୟକ୍ରମର ଅଧ୍ଯକ୍ଷତା କରିଥିଲେ। ଏହି ଅବସରରେ ସୁଶ୍ରୀ ଭି.ଏନ୍. ମାୟା, ମୁଖ୍ୟ ପ୍ରବନ୍ଧକ, କର୍ପୋରେଟ୍ କାର୍ଯ୍ୟାଳୟ, ସୁଧିର କୁମାର ଗୁପ୍ତା, ମୁଖ୍ୟ ମହାପ୍ରବନ୍ଧକ, ଏଫ୍ଜିଏମ୍ଓ, ଲକ୍ଷ୍ନୌ, ପଙ୍କଜ କୁମାର ସିଂ, ଉପ ମହାପ୍ରବନ୍ଧକ ତଥା ଅଞ୍ଚଳ ପ୍ରବନ୍ଧକ, ଲକ୍ଷ୍ନୌ, ବୀନା କୁମାରୀ, ପ୍ରାଚାର୍ଯ୍ୟ, ଷ୍ଟାଫ୍ କଲେଜ, ଲକ୍ଷ୍ନୌ, ରାଜେଶ କୁମାର ସିଂ, ସହାୟକ ମହାପ୍ରବନ୍ଧକ ରାଜଭାଷା, କର୍ପୋରେଟ୍ କାର୍ଯ୍ୟାଳୟ ସହିତ ଦେଶର ବିଭିନ୍ନ ବ୍ୟାଙ୍କରୁ ଆସିଥିବା ପ୍ରତିନିଧୂ, ହିନ୍ଦୀ ନିବନ୍ଧ ପ୍ରତିଯୋଗିତାର ପ୍ରତିଯୋଗୀ ଓ ବିଜେତାମନେ ଉପସ୍ଥିତ ଥିଲେ।
ସମ୍ମିଳନୀକୁ ସମ୍ବୋଧିତ କରି ମାଳୀନି ଅବସ୍ତି କହିଥିଲେ ଯେ ଭାଷା ହେଉଛି ସଂସ୍କୃତିର ବାହକ ଏବଂ ବିଭିନ୍ନ ସଂସ୍କୃତିକୁ ଏକତ୍ର କରିବାର କ୍ଷମତା ରଖିଥାଏ। ଇଣ୍ଡିଆନ୍ ବ୍ୟାଙ୍କ ରାଜଭାଷାର ପ୍ରଚାର ପ୍ରସାରରେ ଗୁରୁତ୍ଵପୂର୍ଣ ଭୂମିକା ନେଇଛି। ବିଜ୍ଞାପନ ଓ ବ୍ୟବସାୟ ପାଇଁ ରାଜଭାଷା ସବୁଠାରୁ ଶକ୍ତିଶାଳୀ ମାଧ୍ଯମ ବୋଲି ବିଦ୍ୟା ବିନ୍ଦୁ ସିଂ କହିଥିଲେ। ସ୍ୱଭାଷା ସହିତ ଦେଶର ଅନ୍ୟ ଭାଷାଗୁଡିକର ମଧ୍ଯ ପ୍ରାଧାନ୍ୟ ରହିଛି ବୋଲି ବ୍ରଜେଶ କୁମାର ସିଂ କହିଥିଲେ । ଭି.ଏନ୍. ମାୟା ଇଣ୍ଡିଆନ୍ ବ୍ୟାଙ୍କର ଲକ୍ଷ୍ୟ କେବଳ ଆର୍ଥିକ ସେବା ଦେବା ନୁହେଁ ବରଂ ଗ୍ରାହକଙ୍କ ସହିତ ଉତ୍ତମ ସମ୍ପର୍କ ସ୍ଥାପନା କରିବା ବୋଲି ପ୍ରକାଶ କରିଥିଲେ। ସେ କହିଥିଲେ ଯେ ଭିନ୍ନ ଭାଷା ସଂସ୍କୃତି ଥିଲେ ମଧ୍ୟ ହିନ୍ଦୀ ଆମକୁ ଏକ ସ୍ଵତନ୍ତ୍ର ପରିଚୟ ଦେଇଥାଏ। ଆଇଟି ସାଧନ ହିନ୍ଦୀକୁ ସହଜ ଓ ଦ୍ରୁତ କରିଛି ବୋଲି ସୁଧୂର କୁମାର ଗୁପ୍ତା କହିଥିଲେ।
ଏହି ସମ୍ମିଳନୀରେ ହିନ୍ଦୀ ପ୍ରବନ୍ଧ ପ୍ରତିଯୋଗିତାର ବିଜେତା ଓ ରାଜଭାଷାରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ବିଭିନ୍ନ କାର୍ଯ୍ୟାଳୟକୁ ପୁରସ୍କୃତ କରାଯାଇଥିଲା। ସମ୍ମିଳନୀଟି ଚାରଟି ପର୍ଯ୍ୟାୟରେ ଆୟୋଜିତ ହୋଇଥିଲା। ପ୍ରଥମେ ଅତିଥିମାନଙ୍କ ଉଦ୍ବୋଧନ ଓ ପୁରସ୍କାର ବିତରଣ ହୋଇଥିଲା। ଦ୍ଵିତୀୟ ପର୍ଯ୍ୟାୟରେ ରାଜଭାଷା କାର୍ଯ୍ୟାନ୍ଵୟନ ବିଷୟରେ ଅଲୋଚନା ହୋଇଥିଲା। ତୃତୀୟ ପର୍ଯ୍ୟାୟରେ ବିଜେତାମାନେ ଉପସ୍ଥାପନା ଦେଇଥିଲେ। ଶେଷ ପର୍ଯ୍ୟାୟରେ ଡିଜିଟାଲ ଟୁଲର ଉପଯୋଗିତା ବିଷୟରେ ଜଣାଯାଇଥିଲା। ରାଜେଶ କୁମାର ସିଂ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
