ଭୁବନେଶ୍ୱର, ୯,୪,୨୦୨୬ [ଆ.ଦୁ.ନି] : ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଓଡ଼ିଶାର ବହୁ ଭରସାଯୋଗ୍ୟ ରୁପା ଗହଣା ଷ୍ଟୋର ଚାନ୍ଦି ଭଣ୍ଡାର ଚନ୍ଦ୍ରଶେଖରପୁରରେ ଏହାର ୨୯ତମ ଷ୍ଟୋର ଉନ୍ମୋଚନ କରିଛି। କମଳା ବିହାରସ୍ଥିତ ତନିସ୍କ ନିକଟସ୍ଥ ତଳ ମହଲାରେ ଅବସ୍ଥିତ ଏହି ନୂଆ ଷ୍ଟୋର ବ୍ରାଣ୍ଡ୍ର ଅଭିବୃଦ୍ଧି ଯାତ୍ରାରେ ଆଉ ଏକ ପ୍ରମୁଖ ମାଇଲଖୁଣ୍ଟ
୧୨ ବର୍ଷର ଉତ୍କର୍ଷତା ସହିତ ଏହି ନୂତନ ଷ୍ଟୋର ଉଦ୍ଘାଟନୀ ରୁପା କାରିଗରୀ ଏବଂ ଶୁଦ୍ଧତା ଓ ଅନନ୍ୟ ଡିଜାଇନ ପ୍ରତି ବ୍ରାଣ୍ଡ୍ର ଉତ୍ସର୍ଗତାର ପ୍ରତୀକ। ଏଥିସହିତ ଚାନ୍ଦି ଭଣ୍ଡାର ରୁପା ଗହଣା କ୍ଷେତ୍ରରେ ଏହାର ପତି ଆଁରାକୁ ଆହୁରି ମଜଭୂତ କରିଛି। ଚନ୍ଦ୍ରଶେଖରପୁରର ହୃଦୟରେ ଅବସ୍ଥାପିତ ଏହି ନୂଆ ଷ୍ଟୋର ୨୦୦୦ ବର୍ଗଫୁଟ୍ ପରିବ୍ୟାପ୍ତ ସ୍ଥାନରେ ନିର୍ମିତ। ଏକ ସ୍ବଚ୍ଛ ଏବଂ ଆମନ୍ତ୍ରଣକାରୀ ପରିବେଶ ପ୍ରଦାନ କରିବା ପାଇଁ ଚିନ୍ତନଶୀଳ ଭାବେ ଏହାକୁ ଡିଜାଇନ କରାଯାଇଛି। ଆଧୁନିକ ବିଳାସ ଏବଂ ପାରମ୍ପରିକ ଆକର୍ଷଣର ଏକ ସୁଗମ ମିଶ୍ରଣ ସହିତ ଏ ଷ୍ଟୋର ରୂପା କଳାକୃଭିର ସର୍ବୋତ୍ତମ ପ୍ରଦର୍ଶନ କରେ, ଯାହା ଏକ ସ୍ମରଣୀୟ ସପିଂ ରିଟେଲ ଅଭିଜ୍ଞତା ସୁନିଶ୍ଚିତ କରୁଛି।

ଏହି ମେଗା ଉଦ୍ଘାଟନକୁ ପାଳନ କରିବା ପାଇଁ ଚନ୍ଦ୍ରଶେଖରପୁର ଷ୍ଟୋର ପ୍ରତି ଅବସର ପାଇଁ ଷ୍ଟଲିଂ ରୁପା ଗହଣାର ଉତ୍କୃଷ୍ଟ ସମ୍ଭାର ପ୍ରଦାନ କରୁଛି, ଯାହା ପ୍ରତ୍ୟକ ଅବସର ପାଇଁ ଉଦ୍ଦିଷ୍ଟ । ୯୨.୫% ଶୁଦ୍ଧ ରୁପା ବାସନରୁ ଆରମ୍ଭ କରି ପ୍ରିମିୟମ ଗହଣା ପର୍ଯ୍ୟନ୍ତ ଷ୍ଟୋରରେ ମହିଳା, ପୁରୁଷ ଏବଂ ପିଲାମାନଙ୍କ ପାଇଁ ବ୍ୟାପକ ରେଞ୍ଜ୍ ରହିଛି।
ମହିଳାମାନଙ୍କ ପାଇଁ ଜିକନ୍ଖଚିତ ନେକ୍କ୍ଲେସ୍, ଚୁଡ଼ି, ମୁଦି, କାନଫୁଲ, ବ୍ରେସ୍ଲେଟ୍ ଏବଂ ଆଙ୍କ୍ଲେଟ୍ର ଭଳିକି ଭଳି ସମ୍ଭାର ଏଠାରେ ରହିଛି, ଯାହାକି ଫେଷ୍ଟିଭ ସେଲିବ୍ରେଶନ୍ ଏବଂ ନିତିଦିନିଆ ବ୍ୟବହାର ପାଇଁ ସର୍ବୋତ୍କୃଷ୍ଟ।
ପୁରୁଷଙ୍କ ରୁପା ଗହଣା ଚାହିଦାକୁ ଦୃଷ୍ଟିରେ ରଖି ଆମୋଘ କଲେକ୍ସନ ଷ୍ଟୋରରେ ଉପଲବ୍ଧ, ଯେଉଁଥିରେ ବ୍ରେସ୍ଲେଟ୍, ମୁଦି, କଫ୍ଲିଙ୍କ୍ ଏବଂ ଚେନ୍ ଆଦି ରହିଛି । ପିଲାମାନଙ୍କ ପାଇଁ କୌତୁକିଆ ଏବଂ ପ୍ରିମିୟମ କିଡ୍ସ କଲେକ୍ସନ ଉପଲବ୍ଧ।
ସର୍ବୋତ୍ତମ ଗହଣା ସହିତ ଆହୁରି ଅଧିକ କିଛି ପ୍ରଦାନ କରୁଛି ଚାନ୍ଦି ଭଣ୍ଡାର। ପାରମ୍ପରିକ ରୁପା ଆଇଟମ୍ ସହିତ ଏଠାରେ ପରିବର୍ଷିତ ଲାଇଫ୍ଷ୍ଟାଇଲ୍ ସେକ୍ସନ ରହିଛି। ରୂପାରେ ପ୍ରସ୍ତୁତ ୱାଇନ୍ ଗ୍ଲାସ, ବଟଲ ଏବଂ ଅତି ସୁନ୍ଦର ଚା’ ସେଟ୍ ଦୈନନ୍ଦିନ ବ୍ୟବହାରରେ କେବଳ ରୁପାର ୱେଲ୍ନେସ୍ ଫାଇଦା ପ୍ରଦାନ କରି ନ ଥାଏ, ଚିନ୍ତନଶୀଳ ଉପହାର ଭାବେ କାର୍ଯ୍ୟରେ ଆସିଥାଏ।
ଏ କଲେକ୍ସନରେ ମଧ୍ୟ ରହିଛି ଉଡେନ ସିଭର-ୱାର୍କ ଟ୍ରେ ଏବଂ ସୁନ୍ଦର ଲାଇଫ୍ଷ୍ଟାଇଲ୍ ପିସ୍ । ପ୍ରତ୍ୟେକ ଲିଭିଂ ସ୍ପେସ୍ରେ ଏହା ଆନନ୍ଦ ଯୋଡ଼ିଥାଏ ଏବଂ ପ୍ରତ୍ୟେକ ଅବସର ପାଇଁ ଉପଯୁକ୍ତ ଉପହାର ବିକଳ୍ପ ଭାବେ କାର୍ଯ୍ୟ କରେ।
ସ୍ୱତନ୍ତ୍ର ଲଗିଂ ଅଫର ଭାବେ ଚାନ୍ଦି ଭଣ୍ଡାର ଗଢ଼ା ମଜୁରିରେ ୩୦% ପର୍ଯ୍ୟନ୍ତ ରିହାତି ପ୍ରଦାନ କରୁଛି। ଏହା ଏପ୍ରିଲ ୧୯ ପର୍ଯ୍ୟନ୍ତ ଉପଲବ୍ଧ । ବ୍ରାଣ୍ଡ୍ର ସିଗ୍ନେଚର କଲେକ୍ସନ ଲାଭ କରିବାର ଏହା ପ୍ରକୃଷ୍ଠ ସମୟ ବୋଲି ଷ୍ଟୋର ପକ୍ଷରୁ କୁହାଯାଇଛି।
ଏ ଅବସରରେ ଚାନ୍ଦି ଭଣ୍ଡାରର ପ୍ରତିଷ୍ଠାତା ଲିପ୍ସା ହଂସ କୁହନ୍ତି, ଆମର ୨୯ତମ ଷ୍ଟୋର ଖୋଲି ଆମେ ଅତ୍ୟନ୍ତ ଗର୍ବିତ। ଏହି ମାଇଲଖୁଣ୍ଟ ଆମ ପ୍ରତି ଗ୍ରାହକଙ୍କ ଦୃଢ଼ ବିଶ୍ବାସକୁ ପ୍ରତିଫଳିତ କରୁଛି । ଅକ୍ଷୟ ତୃତୀୟାରେ ଏହା ଆମ ପାଇଁ ଏକ ସୁନ୍ଦର ନୂତନ ଆରମ୍ଭ ।
ନିରନ୍ତର ସମ୍ପ୍ରସାରଣର ଅଂଶବିଶେଷ ଚାନ୍ଦି ଭଣ୍ଡାର ଓଡ଼ିଶାରେ ଏହାର ପଦଚିହ୍ନ ମଜଭୁତ କରୁଛି। କାରବାରରେ ନୂଆ ଅଧ୍ୟାୟ ଯୋଡ଼ି ରାଜ୍ୟ ବାହାରେ ଉପସ୍ଥିତି ବଢ଼ାଇଛି ଚାନ୍ଦି ଭଣ୍ଡାର। ରାୟପୁରରେ ଏହା ଦୁଇଟି ଷ୍ଟୋର ଖୋଲିଛି । ଭିଆଇପି ରୋଡ୍ ଏବଂ ପଣ୍ଡିରେ ଏ ଷ୍ଟୋର ଦ୍ୱୟ ଖୋଲିଛି।
ଚାନ୍ଦି ଭଣ୍ଡାର ବିଷୟରେ: ଚାନ୍ଦି ଭଣ୍ଡାର ରାଜ୍ୟର ସର୍ବବୃହତ୍ ରୂପା ଗହଣା ଚେନ୍ ଷ୍ଟୋର। ୨୦୧୩ରେ ଏକ ସ୍ୱତନ୍ତ୍ର ସିଭର ଷ୍ଟୋର ଭାବେ ଏହା ଓଡ଼ିଶାରେ ସ୍ଥାପିତ ହୋଇଥିଲା। ବର୍ତ୍ତମାନ ଏହାର ଷ୍ଟୋର ସଂଖ୍ୟା ୩୧ରେ ପହଞ୍ଚିଛି। ଭୁବନେଶ୍ୱରର ରଘୁନାଥପୁର, ସହିଦ ନଗର, ପଟିଆ, ରସୁଲଗଡ, ଜନପଥ, ସୌଭାଗ୍ୟନଗର, ନୟାପଲ୍ଲୀ, ଲୁଇସ୍ ରୋଡ, ଖଣ୍ଡଗିରି ଏବଂ ଚନ୍ଦ୍ରଶେଖରପୁର, ଖୋର୍ଦ୍ଧା, କଟକର କ୍ୟାଣ୍ଟନ୍ମେଣ୍ଟ ରୋଡ୍, ସିଡିଏ ଏବଂ ଲିଙ୍କ୍ ରୋଡ୍, ରାଉରକେଲା, ଅନୁଗୁଳର ଅମଲାପଡ଼ା ଏବଂ ଗାନ୍ଧି ମାର୍ଗ ଛକ, ଯାଜପୁର, ବ୍ରହ୍ମପୁର, ବାଲେଶ୍ଵର, ଢ଼େଙ୍କାନାଳ, ତାଳଚେର, ବାରିପଦା, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ନୟାଗଡ଼, ବଲାଙ୍ଗୀର, ଭଦ୍ରକ ଏବଂ ରାୟପୁରର ଭିଆଇପି ରୋଡ୍ ଓ ପଣ୍ଡିରେ ଏହାର ଷ୍ଟୋର ରହିଛି।
ଗ୍ରାହକଙ୍କୁ ବ୍ୟାପକ ରେଞ୍ଜ୍ ରୂପା ଉତ୍ପାଦ ଯୋଗାଇବା, ଜୀବନକାଳ ମାଗଣା କ୍ତିନିଂ, ସର୍ବୋତ୍ତମ ବଦଳ ନୀତି, କଷ୍ଟମାଇଜେସନ୍, କ୍ରୟ ପୂର୍ବରୁ ପରଖିବା, ଭ୍ୟାଲ୍ୟୁ ଫର୍ ମନି ଏବଂ ହଲ୍ମାର୍କଯୁକ୍ତ ଓ କ୍ୱାଲିଟି ଉତ୍ପାଦ ଚାନ୍ଦି ଭଣ୍ଡାରର ପ୍ରତିଶ୍ରୁତି।
