ଭୁବନେଶ୍ୱର, ୦୩/୦୫/୨୦୨୬ [ଆ.ଦୁ.ନି] ବିଶ୍ୱ ପ୍ରେସ ସ୍ବାଧୀନତା ଦିବସ ଓ ଭୁବନେଶ୍ୱର ସାମ୍ବାଦିକ ସଂଘର ବାର୍ଷିକ ଉତ୍ସବ ଅବସରରେ ଆୟୋଜିତ ବୈଠକରେ ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ତଥା ରାଜ୍ୟସଭା ସାଂସଦ ମନମୋହନ ସାମଲ ମୂଖ୍ୟଅତିଥି ଭାବେ ଯୋଗ ଦେଇଥିଲେ | ନିକଟରେ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ, ଅସ୍ବୀକୃତି କମିଟି ପୁନର୍ଗଠନ ସହ ବ୍ୟାପକ ଅର୍ଧସ୍ବୀକୃତି ପ୍ରଦାନ ଓ ଅବସରକାଳୀନ ଭତ୍ତା ପ୍ରଦାନ ନେଇ ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ଜାରି ରହିଥିବା ଆନ୍ଦୋଳନ ପରିପ୍ରେକ୍ଷିରେ ଶ୍ରୀ ସାମଲ କହିଥିଲେ କି ଏହି ସବୁ ନ୍ୟାର୍ଯ୍ୟ ଦାବି ପ୍ରତି ସରକାର ସଚେତନ ଅଛନ୍ତି । ଉତ୍କଳ ସାମ୍ବାଦିକ ସଂଘ ରାଜ୍ୟ ସଭାପତି ବିଭୂତି ଭୂଷଣ କର ମୂଖ୍ୟ ବକ୍ତା ଭାବେ ଯୋଗଦେଇ ଉପସ୍ଥାପିତ ଦାବି ସମ୍ପର୍କରେ ସୂଚନା ଦେବା ସହ ଏହାର ଆଶୁ ସମାଧାନ ପାଇଁ ବୈଠକରେ ଦୃଷ୍ଟି ଆକର୍ଷଣ କରିଥିଲେ ।
ବିଶିଷ୍ଟ ଅତିଥ୍ ଭାବେ ବିଧାୟକ ବାବୁ ସିଂ, ସମ୍ମାନିତ ଅତିଥ୍ ଭାବେ ପ୍ରାକ୍ତନ ରୋଟାରୀ ପ୍ରାନ୍ତପାଳ ଅଜୟ କୁମାର ଅଗ୍ରୱାଲ, ଭାଜପା ମୂଖ ପାତ୍ର ବିରଞ୍ଚି ନାରାୟଣ ତ୍ରିପାଠୀ, ଦୈନିକ ‘ ସର୍କାର’ ର ସମ୍ପାଦକ ପ୍ରକାଶ ରଥ, ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ପ୍ରମୁଖ ଯୋଗ ଦେଇ ସମସାମୟିକ ସାମ୍ବାଦିକତା ର ବିଭିନ୍ନ ଦିଗରେ ଆଲୋକପାତ କରିବା ସହ ମୁକ୍ତ ସାମ୍ବାଦିକତା ପାଇଁ ସାମ୍ବାଦିକ ମାନଙ୍କ ଆର୍ଥିକ ସୁବିଧା ଓ ସାମାଜିକ ସୁରକ୍ଷା ଉପରେ ଗୁରୁତ୍ବାରୋପ କରିଥିଲେ। କାର୍ଯ୍ୟକ୍ରମକୁ ଉତ୍କଳ ସାମ୍ବାଦିକ ସଂଘ କୋଷାଧକ୍ଷ ରାଜେନ୍ ଚୌଧୁରୀ ପରିଚାଳନା କରିଥିଲେ ।
ପ୍ରଥମ ଅଧିବେଶନରେ ବିଧାୟକ ଅନନ୍ତ ନାରାୟଣ ଜେନା ଓ ବିଧାୟକ ସୁଶାନ୍ତ କୁମାର ରାଉତ ଯୋଗଦେଇ ଆୟୋଜିତ ଫଟୋ ପ୍ରଦର୍ଶନୀ କୁ ଉଦ୍ଘାଟନ କରି ସମାଜ ବିକାଶ କ୍ଷେତ୍ରରେ ସାମ୍ବାଦିକ ମାନଙ୍କ ଯୋଗଦାନ ନେଇ ନିଜ ନିଜର ମତ ରଖୁଥିଲେ।ଉଭୟ ବୈଠକରେ ଭୁବନେଶ୍ବର ସାମ୍ବାଦିକ ସଂଘ ସଭାପତି ପ୍ରତାପ ଚନ୍ଦ୍ର ପ୍ରଧାନ ସଭାପତିତ୍ୱ କରିଥିଲେ। ଇତି ଅବସରରେ ଶ୍ରୀ ପ୍ରଧାନ ୟୁନେସ୍କୋ ପକ୍ଷରୁ ପାଳିତ ହୋଇଥିବା ବିଶ୍ବ ପ୍ରେସ ସ୍ବାଧୀନତା ଦିବସ ବିଷୟ ବସ୍ତୁ, ଶାନ୍ତିପୂର୍ଣ୍ଣ ଭବିଷ୍ୟତ ଗଠନ ” ମାନବାକର ବିକାଶ ଏବଂ ସୁରକ୍ଷା ପାଇଁ ଗଣମାଧ୍ଯମ ସ୍ବାଧୀନତାକୁ ପ୍ରୋତ୍ସାହନ ! ଉପରେ ନିଜର ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ସଂଘର ମୁଖପାତ୍ର “ଭୁବନେଶ୍ୱର ବାର୍ଭାଜୀବୀ” କୁ ଅତିଥ୍ ମାନେ ଲୋକାର୍ପିତ କରିଥିଲେ। ସଂଘ ସାଧାରଣ ସମ୍ପାଦକ ଜିତେନ୍ଦ୍ର ମହାନ୍ତି, ସମ୍ପାଦକ ସଞ୍ଜୟ ଜେନା, ଉପସଭାପତି ଗଗନ ସ୍ବାଇଁ, କାର୍ଯ୍ୟନିର୍ବାହୀ ସଦସ୍ୟ ଟୁଲୁ କୁମାର ପାତ୍ର, ପ୍ରକାଶ ସାହୁ, ଯତୀନ ଷେଣ୍ଢ, ରଞ୍ଜିତ୍ ପଟ୍ଟନାୟକ, ମନୋଜ ପ୍ରଧାନ, ପ୍ରଦୀପ ବୈଶାଖ, ବିମଳ ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ I
ଏହି ଅବସରରେ ଆନ୍ଧ୍ରପ୍ରଦେଶ ସଂକଳ୍ପ ଟିଭିର ସମ୍ପାଦକ ଉମାମହେଶ୍ୱର୍ ରେହ୍ମୀ କାଲାକାତ୍ତା, ବରିଷ୍ଠ ସାମ୍ବାଦିକ ସନ୍ଦୀପ ସାହୁ, ସାରଦା ଲାହାଙ୍ଗିର, ବିରୂପାକ୍ଷ ତ୍ରିପାଠୀ, ଶିବ ମହାନ୍ତି ଓ ଦୂର୍ଗାଶିଷ ଙ୍କୁ ସାମ୍ବାଦିକ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ବଦ୍ଧିତ କରାଯାଇଥିଲା I ଏତତ୍ ବ୍ୟତୀତ ପାରିପାର୍ଶିକ ଉନ୍ନୟନ ଓ ସାମାଜିକ ଦାୟିତ୍ଵ ବୋଧ ପାଇଁ ଜିଭିପିଆର ଇଞ୍ଜିନିୟର୍ଶ ର ଉପସଭାପତି ଅଜିତ୍ କୁମାର ପାତ୍ର ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା I ଆୟୋଜିତ ଫଟୋ ପ୍ରଦର୍ଶନୀ ରେ ଅଂଶଗ୍ରହଣ କରିଥିବା ପ୍ରାୟ ୪୦ରୁ ଉର୍ଦ୍ଧ୍ଵ ଫଟୋ ଗ୍ରାଫରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା I ଉଭୟ ଅଧିବେଶନକୁ ବରିଷ୍ଠ ସାମ୍ବାଦିକ ମାଧବାନନ୍ଦ ବେଉରା ସଞ୍ଚାଳନ କରିଥିଲେ I
