ରାଉରକେଲା,୧୪.୮. 2026 [ଆ.ଦୁ.ନି] : ରକ୍ଷା ବନ୍ଧନର ଯୋଶକୁ ପାଳନ ପୂର୍ବକ ତଥା ନିଜର ପରିବର୍ଦ୍ଧିତ ଯାତ୍ରାରେ ଆଉ ଏକ ମାଇଲଖୁଣ୍ଟ ଛିଡ଼ା କରି ରୁପା ଗହଣା କ୍ଷେତ୍ରରେ ଓଡ଼ିଶାର ବହୁ ଭରସାଯୋଗ୍ୟ ନାଁ ଚାନ୍ଦି ଭଣ୍ଡାର
ଷ୍ଟିଲସିଟି ରାଉରକେଲାରେ ଏହାର ୩୩ତମ ଷ୍ଟୋର ଖୋଲିଛି। ସହରରେ ଏହା ଚାନ୍ଦି ଭଣ୍ଡାରର ଦ୍ବିତୀୟ ଷ୍ଟୋର । ପ୍ଲଟ୍ ନମ୍ବର ୮୯୭, ରାଉରକେଲା ଟାଉନ୍ ୟୁନିଟ୍ ନମ୍ବର ୩୫ରେ ଅବସ୍ଥିତ ଏହି ନୂଆ ଷ୍ଟୋର ରାଉରକେଲା ଏବଂ ଓଡ଼ିଶାବ୍ୟାପୀ ବ୍ରାଣ୍ଡ୍ର ଉପସ୍ଥିତିକୁ ଆହୁରି ମଜଭୂତ କରିଛି । ଉତ୍କର୍ଷତାର ୧୩ ବର୍ଷ ସହିତ ଏହି ଲଗିଂ ଉତ୍କୃଷ୍ଟ କାରିଗରୀ, ବିଶ୍ୱାସଯୋଗ୍ୟ ଶୁଦ୍ଧତା ଏବଂ ବିକଶିତ ଡିଜାଇନ ପ୍ରତି ଚାନ୍ଦି ଭଣ୍ଡାରର ପ୍ରତିବଦ୍ଧତାର ପ୍ରମାଣ । ଏଥିସହିତ ରୂପା ଗହଣା କ୍ଷେତ୍ରରେ ନିଜର ଉପସ୍ଥିତିକୁ ଆହୁରି ସୁଦୃଢ଼ କରିଛି ଚାନ୍ଦି ଭଣ୍ଡାର ।
୨୫୦୦ ବର୍ଗଫୁଟ ପରିମିତ ସ୍ଥାନରେ ନିର୍ମିତ ଏହି ନୂଆ ଷ୍ଟୋର ଏକ ବିଶୋଧିତ ଏବଂ ଆମନ୍ତ୍ରଣକାରୀ ପରିବେଶ ପ୍ରଦାନ କରିବା ପାଇଁ ଚିତନଶୀଳ ଭାବେ ଡିଜାଇନ୍ କରାଯାଇଛି। ଏକ ଉଷ୍ମ ଏବଂ ସ୍ବାଗତଯୋଗ୍ୟ ଅନୁଭବ ସହିତ ସମସାମୟିକ ଡିଜାଇନ୍କୁ ମିଶ୍ରଣ କରି ଏହା ଏକ ସୁଗମ ଏବଂ ସ୍ମରଣୀୟ ସଫି ଅନୁଭୂତି ପ୍ରଦାନ କରିବା ସହ ରୁପା କାରିଗରୀକୁ ଏହାର ଉତ୍କୃଷ୍ଟ ରୂପରେ ଉପସ୍ଥାପନ କରେ।
ଏହି ଅବସରରେ ରାଉରକେଲା ସ୍କୋର ମହିଳା, ପୁରୁଷ ଏବଂ ପିଲାମାନଙ୍କ ପାଇଁ ୯୨.୫ ଷ୍ଟଲିଂ ରୁପା ଗହଣା ଏବଂ ରୁପା ସାମଗ୍ରୀର ବ୍ୟାପକ ସମ୍ଭାର ପ୍ରଦାନ କରୁଛି । ମହିଳାମାନଙ୍କ ପାଇଁ ଜିକନ୍ଖଚିତ ନେକ୍ଲେସ୍, ଚୁଡ଼ି, ମୁଦି, କାନଫୁଲ, ବ୍ରେସ୍ଲେଟ୍ ଏବଂ ପାଉଁଜିର ଭଳିକି ଭଳି ସମ୍ଭାର ଏଠାରେ ରହିଛି, ଯାହାକି ଫେଷ୍ଟିଭ୍ ସେଲିବ୍ରେଶନ୍ ଓ ନିତିଦିନିଆ ବ୍ୟବହାର ପାଇଁ ସର୍ବୋତ୍କୃଷ୍ଟ। ପୁରୁଷଙ୍କ ରୂପା ଗହଣା ଚାହିଦାକୁ ଦୃଷ୍ଟିରେ ରଖି ଆମୋଘ କଲେକ୍ସନ ଷ୍ଟୋରରେ ଉପଲବ୍ଧ, ଯେଉଁଥିରେ ଚେନ୍, ପେଣ୍ଡେଣ୍ଟ, ମୁଦି ଏବଂ ବ୍ରେସ୍ଲେଟ୍ ଆଦି ରହିଛି। ପିଲାଙ୍କ ପାଇଁ ଏକ୍ସକ୍ସସିଭ୍ ‘ଟ୍ରେଜର୍ସ’ ସମ୍ଭାର ରହିଛି, ଯେଉଁଥିରେ ଚିନ୍ତନଶୀଳ ଭାବେ ପ୍ରସ୍ତୁତ ରୁପା ଗହଣା ରହିଛି।
ଏହି ରକ୍ଷା ବନ୍ଧନରେ ଚାନ୍ଦି ଭଣ୍ଡାର ୯୨.୫ ଷ୍ଟଲିଂ ରୂପାରେ ଚିତ୍ତନଶୀଳ ଭାବେ ପ୍ରସ୍ତୁତ ରୁପା ରାକ୍ଷୀ ଏବଂ ବ୍ରେସ୍ଲେଟ୍ର ବ୍ୟାପକ ସମ୍ଭାର ଆଣିଛି। ଷ୍ଟେଟ୍ମେଣ୍ଟ ରାକ୍ଷୀଠାରୁ ଆରମ୍ଭ କରି ସର୍ବନିମ୍ନ ଷ୍ଟାଇଲ୍ ପର୍ଯ୍ୟନ୍ତ ବିଭିନ୍ନ ରେଞ୍ଜର ରାକ୍ଷୀ ରହିଛି।
ପ୍ରଭୁ ଜଗନ୍ନାଥଙ୍କଠାରୁ ପ୍ରେରିତ ରାକ୍ଷୀ ଏବଂ ପିଲାଙ୍କ ପାଇଁ ସ୍ବତନ୍ତ୍ର କୌତୁକିଆ ଡିଜାଇନ ମଧ୍ୟ ରହିଛି। ଗ୍ରାହକମାନେ ମଧ୍ୟ ଭାଇଭଉଣୀ ଏବଂ ପ୍ରିୟଜନଙ୍କ ପାଇଁ ଅର୍ଥପୂର୍ଣ ରକ୍ଷା ବନ୍ଧନ ଉପହାର ଭାବେ ବ୍ୟାପକ ରେଞ୍ଜ୍ ରୁପା ଗହଣା ବାଛିପାରିବେ। ଏହି ରକ୍ଷାବନ୍ଧନରେ ପ୍ରତିଶ୍ରୁତିକୁ ପାଳନ କରି ସ୍ଥାୟୀ ଉପହାର ଦେଇ ବନ୍ଧନକୁ ଭଲ ପାଇପାରିବେ ଭାଇଭଉଣୀ ଓ ପ୍ରିୟଜନ । ୧୪ ଅଗଷ୍ଟରୁ ୩୦ ଅଗଷ୍ଟ ଯାଏ ଗଢ଼ା ମଜୁରିରେ ଫ୍ଲାଟ୍ ୨୦% ରିହାତି ଉପଲବ୍ଧ।
ଏହି ରକ୍ଷା ବନ୍ଧନରେ ଚାନ୍ଦି ଭଣ୍ଡାର ରାଉରକେଲାବାସୀଙ୍କୁ ସେମାନଙ୍କ ବନ୍ଧନକୁ ପାଳନ କରିବାକୁ ଆମନ୍ତ୍ରଣ କରୁଛି। ଉତ୍କୃଷ୍ଟ ରୂପା କାରିଗରୀକୁ ଆବିଷ୍କାର କରି ସହରରେ ବ୍ରାଣ୍ଡ୍ର ପରବର୍ତ୍ତୀ ପର୍ଯ୍ୟାୟର ଅଂଶ ହେବା ପାଇଁ ଆହ୍ୱାନ ଦେଉଛି।
ଗ୍ରାହକଙ୍କୁ ବ୍ୟାପକ ରେଞ୍ଜ୍ ରୁପା ଉତ୍ପାଦ ଯୋଗାଇବା, ଜୀବନକାଳ ମାଗଣା କିନିଂ, ସର୍ବୋତ୍ତମ ବଦଳ ନୀତି, କଷ୍ଟମାଇଜେସନ୍, କ୍ରୟ ପୂର୍ବରୁ ପରଖିବା, ଭ୍ୟାଲ୍ୟୁ ଫର୍ ମନି ଏବଂ ହଲ୍ମାର୍କଯୁକ୍ତ ଓ କ୍ୱାଲିଟି ଉତ୍ପାଦ ଚାନ୍ଦି ଭଣ୍ଡାରର ପ୍ରତିଶ୍ରୁତି ।
