ଭୁବନେଶ୍ୱର 24.9.2026 [ଆ.ଦୁ.ନି]: ବ୍ୟାଙ୍କ ଅଫ୍ ଇଣ୍ଡିଆ, ଭୁବନେଶ୍ୱର ଅଞ୍ଚଳ ପକ୍ଷରୁ ହିନ୍ଦୀ ମାସ ଉତ୍ସାହପୂର୍ବକ ପାଳିତ ହୋଇଯାଇଛି। ଏହି ଅବସରରେ ସଂଗୀତ ଗାୟନ, ଶବ୍ଦ ବର୍ଗ ପ୍ରହେଳିକା, ସ୍ମରଣ ଏବଂ କ୍ରସ୍ ୱାର୍ଡ ଆଦି ବିଭିନ୍ନ ପ୍ରତିଯୋଗିତାମାନ ଆୟୋଜନ କରାଯାଇଥିଲା। ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟର ଆଞ୍ଚଳିକ ପ୍ରବନ୍ଧକ ବିଜୟ କୁମାର ମଲିକ ଏବଂ ଉପ ଆଞ୍ଚଳିକ ପ୍ରବନ୍ଧକ ସଞ୍ଜୟ ରଜକ ବିଜେତାମାନଙ୍କୁ ପୁରସ୍କୃତ କରିଥିଲେ। ଏହି ଅବସରରେ ଆଞ୍ଚଳିକ ପ୍ରବନ୍ଧକ ଶ୍ରୀ ମଲିକ ଦୈନନ୍ଦିନ କାର୍ଯ୍ୟରେ ହିନ୍ଦୀ ଭାଷାର ବ୍ୟବହାର ଅଧୂକରୁ ଅଧୂକ କରିବା ସହିତ ବ୍ୟାଙ୍କିଙ୍ଗ୍ ଓ ଅନ୍ୟାନ୍ୟ ସରକାରୀ କାର୍ଯ୍ୟରେ ଏହାକୁ ପ୍ରୟୋଗ କରିବାକୁ ଉତ୍ସାହିତ କରିଥିଲେ।
