ଭୁବନେଶ୍ବର : 2-11(ଆ.ଦୁ.ନିଉଜ) ସତର୍କତା ସଚେତନତା ସପ୍ତାହ ୨୦୨୫–ସତର୍କତା ଆମର ସହଭାଗୀ ଦାୟିତ୍ଵ ଏହି ଅବସରରେ ଭୁ ଭୁବନେଶ୍ୱରସ୍ଥିତ ବ୍ୟାଙ୍କ ଅଫ ବରୋଦା ଆଞ୍ଚଳିକ କାର୍ଯ୍ୟାଳୟ ଦ୍ବାରା ଏକ ପଦଯାତ୍ରା ଆୟୋଜିତ ହୋଇଯାଇଛି। ଏହି ପଦଯାତ୍ରାର ଉଦ୍ଦେଶ୍ୟ ଥିଲା ଦାୟିତ୍ଵ ଓ ସଚେତନତା ସୃଷ୍ଟି କରିବା,ମହାପ୍ରବନ୍ଧକ ଏବଂ ଆଞ୍ଚଳିକ ମୁଖ୍ୟ ସ୍ୱପ୍ନା ବନ୍ଦୋପାଧ୍ୟାୟଙ୍କ ଉପସ୍ଥିତିରେ ଏହି ପଦଯାତ୍ରା କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା। କାର୍ଯ୍ୟକ୍ରମରେ ଉପ ମହାପ୍ରବନ୍ଧକ ( ସି.ଆଣ୍ଡ୍.ଏ) ଭି ଏମ.ଏନ.ଏସ.ସାଇବାବୁ, ଉପ ମହାପ୍ରବନ୍ଧକ(ବିଡି) ଶିବପଦ ନାୟକ, ଜେଡ୍ ଆଇଏଡି ମୁଖ୍ୟ ଜଗଜୀବନ ମହାପାତ୍ର, ଭୁବନେଶ୍ବ ନଶ୍ଵର କ୍ଷେତ୍ରୀୟ ମୁଖ୍ୟ ଓ ଉପମହାପ୍ରବନ୍ଧକ ସତ୍ୟରଞ୍ଜନ ମହାପାତ୍ର, ଭୁବନେଶ୍ୱର ଅଞ୍ଚଳ ଏ ଏବଂ କ୍ଷେତ୍ରୀୟ କାର୍ଯ୍ୟାଳୟର ସମସ୍ତ କର୍ମଚାରୀମାନେ ଯୋଗ ଦେଇଥିଲେ।
