ଭୁବନେଶ୍ୱର: 3/11/25(ଆ.ଦୁ.ନିଉଜ) ସ୍ଵଚ୍ଛତା ଓ ନୈତିକ ଆଚରଣ ପ୍ରତି ଏହାର ପ୍ରତିବଦ୍ଧତାକୁ ସୁଦୃଢ କରି ଇଣ୍ଡିଆନ୍ ବ୍ୟାଙ୍କ,ଭୁବନେଶ୍ଵର ଆଞ୍ଚଳିକ କାର୍ଯ୍ୟଳୟ ପକ୍ଷରୁ ସତର୍କତା ଓ ସଚେତନତା ସପ୍ତାହ– ୨୦୨୫ ପାଳିତ ହୋଇଯାଇଛି। ଏହି ଅବସରରେ ବ୍ୟାଙ୍କ ପକ୍ଷରୁ ଖରୁ “ ସତର୍କତା ଆମର ସାମୂହିକ ଦାୟିତ୍ଵ” ସମ୍ପର୍କୀତ ଏକ ଓ୍ବାକାଥନ୍ର ଆୟୋଜନ କରାଯାଇଥିଲା, ବାଙ୍କର କ୍ଷେତ୍ର ମହାପ୍ରବନ୍ଧକ କାର୍ଯ୍ୟାଳୟ ଭୁବନେଶ୍ୱରର ଉପ-ମହାପ୍ରବନ୍ଧକ ରଣଞ୍ଜ ଞ୍ଜୟ ସିଂ, ଭୁବନେଶ୍ଵର ଆଞ୍ଚଳିକ କାର୍ଯ୍ୟାଳୟର ଆଞ୍ଚଳିକ ପ୍ରବନ୍ଧକ ସୁମନ କୁମାର ଏବଂ ଭୁବନେଶ୍ଵର ଅଞ୍ଚଳର ଉପ ଆଞ୍ଚଳିକ ପ୍ରବନ୍ଧକ ବିଶ୍ଵନାଥ ଦାସ ପତାକା ଦେଖାଇ ଏହି ଓ୍ବାକାଥନ୍ର ଶୁଭାରମ୍ଭ କରିଥିଲେ, ଏହି କାର୍ଯ୍ୟକ୍ରମରେ ଆଞ୍ଚଳିକ କାର୍ଯ୍ୟାଳୟ, କ୍ଷେତ୍ର ମହାପ୍ରବନ୍ଧକ କାର୍ଯ୍ୟାଳୟ ଓ ଫୀଲଡ଼ ଭିଜିଲାନ୍ସ ୟୁନିଟ୍ର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ। ଅଂଶଗ୍ରହଣକାରୀମାନେ ପ୍ଲାକାର୍ଡ ଏବଂ ବ୍ୟାନର ଧରି ସଚ୍ଚୋଟତା ଏବଂ ଦୁର୍ନୀତି ବିରୋଧ ବାର୍ତ୍ତାକୁ ପ୍ରୋତ୍ସାହିତ କରି ଶହୀଦ ନଗରର ମୁଖ୍ୟ ରାସ୍ତା ଦେଇ ଯାଇଥିଲେ ଏବଂ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ସଚ୍ଚାଟତା ଓ ଦାୟିତ୍ଵର ଗୁରୁତ୍ଵ ବିଷୟରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ବାଣ୍ଟିଥିଲେ। ଆଞ୍ଚଳିକ ପ୍ରବନ୍ଧକ ସୁମନ କୁମାର କହିଥିଲେ ଯେ, ସତର୍କତା କେବଳ ଗୋଟିଏ ବିଭାଗର ଦାୟିତ୍ବ ନୁହେଁ ବରଂ ଏ ପ୍ରତ୍ୟେକ କର୍ମଚାରୀଙ୍କ ସାମୂହିକ କର୍ଭବ୍ୟ ଅଟେ। ଆମର ଲକ୍ଷ୍ୟ ହେଉଛି ଏକ ସତ୍ୟନିଷ୍ଠ ଓ ପାରଦର୍ଶିତାପୂର୍ଣ୍ଣ ସଂସ୍କୃତି ଗଠନ କରିବା, ଯେଉଁଠାରେ ପ୍ରତ୍ୟେକ ବ୍ୟକ୍ତି ଏକ ଦୁର୍ନୀତି ମୁକ୍ତ ସମାଜ ଗଠନରେ ଯୋଗଦାନ କରିପାରିବେ ବୋଲି ସେ କହିଥିଲେ। ଏହି କାର୍ଯ୍ୟକ୍ରମରେ ସମସ୍ତ କର୍ମଚାରୀ ଏବ ଏବଂ ଉପସ୍ଥିତ ଜନସାଧାରଣ ସତ୍ୟନିଷ୍ଠ ଶପଥ ଗ୍ରହଣ କରିଥିଲେ। ଏହି ପଦକ୍ଷେପ ନାଗରିକମାନ ନଙ୍କଠାରୁ ସକାରତ୍ମକ ପ୍ରତିକ୍ରିୟା ପାଇଥିଲେ, ଯେଉଁଠାରେ ସୁଶାସନର ବାର୍ଭା ପ୍ରସାର କରିବାରେ ବ୍ୟାଙ୍କର ସକ୍ରିୟ ପ୍ରୟାସକୁ ପ୍ରଶଂସା କରାଯାଇଥିଲା।

