*ଷ୍ଟାଇଲ୍ର ସ୍ପର୍ଶ ସହ ଏକ ମିନିମାଲିଷ୍ଟ ଆଫେୟାର ଜାନୁଆରୀ ୩ ପର୍ଯ୍ୟନ୍ତ ଫ୍ଲାଟ୍ ୧୦% ରିହାତି
ଭୁବନେଶ୍ଵର,୨୩୧୨: (ଆ.ଦୁ.ନି) ୨୦୨୬ରେ ପାଦ ଥାପିବାକୁ ଆଉ ମାତ୍ର ଦିନ କେଇଟା ରହିଲା। ସେଲିବ୍ରେଶନ୍ର ଋତୁକୁ ପାଳନ କରିବା ପାଇଁ ପ୍ରସ୍ତୁତି ଜୋରସୋର ଚାଲିଛି। ପ୍ରତିକୋଣରେ ଉତ୍ସବର ମାହୋଲ ମଧ୍ୟରେ ରୁପା ଗହଣାର ଏକ୍ସକ୍ରୁସିଭ୍ ସୋ’ରୁମ୍ ଚାନ୍ଦି ଭଣ୍ଡାର ଆଣିଛି ଏହାର ଅତ୍ୟାଧୁନିକ କଲେକ୍ସନ ‘ପାର୍ଟି ଏଡିଟ୍’ । ଅତି ଯତ୍ନର ସହ ପ୍ରସ୍ତୁତ ଗହଣା ପିସ୍ର ଏହି ଆକର୍ଷଣୀୟ କଲେକ୍ସନ ସହିତ ଚାନ୍ଦି ଭଣ୍ଡାର ନୂଆ ବର୍ଷ ସେଲିବ୍ରେଶନ୍ରେ ଉତ୍ସାହ ଭରି ଦେଇଛି।
ଚାନ୍ଦି ଭଣ୍ଡାରର ପାର୍ଟି ଏଡିଟ୍ ସମ୍ଭାର ଷ୍ଟାଇଲ୍ ଏବଂ ମୁଭମେଣ୍ଟ୍ର ଏକ ସ୍ପନ୍ଦନଶୀଳ ଉତ୍ସବ। ନୂଆବର୍ଷର ଉତ୍ସବ ଭାବକୁ ବୃଦ୍ଧି କରିବା ଲାଗି ଏହାକୁ ପ୍ରସ୍ତୁତ କରାଯାଇଛି। ୯୨.୫% ଶୁଦ୍ଧ ଷ୍ଟଲିଂ ସିଲ୍ଭରରେ ଜିକନ ଖଚିତ ଏହି ଗହଣାଗୁଡ଼ିକ ଅତ୍ୟନ୍ତ ଷ୍ଟାଇଲିସ୍। ନୀଳ, ସବୁଜ, ଲାଲ ଏବଂ ହଳଦିଆ ଆଦି ଅତ୍ୟନ୍ତ ଉଜ୍ଜ୍ବଳ ରଙ୍ଗରେ ସଜ୍ଜିତ ପ୍ରତ୍ୟେକ ଗହଣା ଅନ୍ଧାର ପରେ ସେଲିବ୍ରେଶନ୍ରେ ରଙ୍ଗ ଏବଂ ଚମକ ଭରିଦିଏ। ଉଭୟ ପୁରୁଷ ଏବଂ ମହିଳାଙ୍କ ପାଇଁ ଏ ଗହଣା ସମ୍ଭାର ଉପଲବ୍ଧ। ଏହି ସମ୍ଭାରରେ ଚିକ୍କଣ, ଷ୍ଟେଟ୍ମେଣ୍ଟ –ମେକିଂ ରାଜକୁମାରୀ ଶୈଳୀର ହାରଠାରୁ ଆରମ୍ଭ କରି ସୂକ୍ଷ୍ମ ଆସେସରିଜ୍ମାନ ଉପଲବ୍ଧ। ନାଇଟ୍ ପାର୍ଟି କିମ୍ବା ସ୍ବତନ୍ତ୍ର ତଥା ଫେଷ୍ଟିଭ୍ ଅବସରରେ ଫ୍ୟାଶନେବଲ୍ ଦେଖାଯିବାକୁ ଚାହୁଁଥିବା ଗ୍ରାହକଙ୍କ ପାଇଁ ଏହି ଷ୍ଟାଇଲିସ୍ ଗହଣାଗୁଡ଼ିକ ସର୍ବୋତ୍ତମ।
ଲଞ୍ଚି ଅବସରରେ ଚାନ୍ଦି ଭଣ୍ଡାର ଓଡ଼ିଶାର ବହୁ ଲୋକପ୍ରିୟ ୬ ଜଣ ଯୁବ କଳାକାରଙ୍କୁ ନେଇ ଏକ ବିଜ୍ଞାପନ କ୍ୟାମ୍ପେନ ପ୍ରସ୍ତୁତ କରିଛି। କ୍ୟାମ୍ପେନ୍ରେ ‘ପାର୍ଟି ଏଡିଟ୍’ ଏବଂ ‘ଆମୋଘ’ ଗହଣା କଲେକ୍ସନ ପିନ୍ଧି ଏହି ପ୍ରେରଣାଦାୟୀ କଳାକାରମାନେ ନିଜର ସ୍ବତନ୍ତ୍ର ଷ୍ଟାଇଲ୍ ସହିତ ନୂଆ ଆରମ୍ଭକୁ ଉପସ୍ଥାପନ କରୁଛନ୍ତି। ଏଥିସହିତ ମନୋରଞ୍ଜନ ଶିଳ୍ପର ଗ୍ଲାମର ଏବଂ ଚାନ୍ଦି ଭଣ୍ଡାରର କାଳଜୟୀ କ୍ରିଏସନ୍ର ଶୋଭା ଏକତ୍ରିତ ହୋଇଛି।
ନୂଆବର୍ଷ ସେଲିବ୍ରେଶନ୍ର ଉତ୍ସାହକୁ ବଢ଼ାଇବା ପାଇଁ ଚାନ୍ଦି ଭଣ୍ଡାର ଗ୍ରାହକଙ୍କ ପାଇଁ ସ୍ବତନ୍ତ୍ର ଅଫର ଆଣିଛି। ଗ୍ରାହକ ୨୦୨୫ ଡିସେମ୍ବର ୨୦ରୁ ୨୦୨୬ ଜାନୁଆରୀ ୩ ପର୍ଯ୍ୟନ୍ତ ଫ୍ଲାଟ୍ ୧୦% ରିହାତି ପାଇବେ। ଦୀର୍ଘ ଦିନ ଧରି ବ୍ରାଣ୍ଡ ପ୍ରତି ଗ୍ରାହକଙ୍କ ଭରସା ଏବଂ ସମର୍ଥନକୁ କୃତଜ୍ଞତା ଜଣାଇ ଏ ଅଫର ଅଣାଯାଇଛି।
ଏ ଅବସରରେ ଚାନ୍ଦି ଭଣ୍ଡାରର ନିର୍ଦ୍ଦେଶିକା ଲିପ୍ସା ହଂସ କୁହନ୍ତି, ଆମ ଗହଣା ମାତ୍ର ଏକ ଆସେସରି ନୁହେଁ, ଏହା ବ୍ୟକ୍ତିତ୍ଵର ଏକ ବିବୃତି, ଗ୍ଲାମର ଏକ କିରଣ ଏବଂ ଉତ୍ସବ ମନୋଭାବର ପ୍ରତିଫଳନ। ପାର୍ଟି ଏଡିଟ୍ କ୍ୟାମ୍ପେନ୍ ସହିତ ଆତ୍ମବିଶ୍ଵାସ ଏବଂ ଷ୍ଟାଇଲ୍ ସହ ନୂଆବର୍ଷକୁ ପାଳିବା ପାଇଁ ସେ ଗ୍ରାହକଙ୍କୁ ଆହ୍ବାନ ଦେଇଛନ୍ତି।
ଗହଣା ବ୍ୟତୀତ ଚାନ୍ଦି ଭଣ୍ଡାର ନିର୍ଦ୍ଦିଷ୍ଟ ରେଞ୍ଜ୍ ପାର୍ଟି ସାମଗ୍ରୀ ଏବଂ ଲାଇଫ୍ଷ୍ଟାଇଲ୍ ଉତ୍ପାଦ ଉପଲବ୍ଧ କରୁଛି। ସେଲିବ୍ରେଶନ୍କୁ ବଢ଼ାଇବା ପାଇଁ ଏସବୁ ଉଦ୍ଦିଷ୍ଟ। ଆକର୍ଷଣୀୟ ଡେକୋର ସାମଗ୍ରୀଠାରୁ ଆରମ୍ଭ କରି ବ୍ୟାପକ ଉପହାର ବିକଳ୍ପ ସହିତ ପାର୍ଟି ଏଡିଟ୍ ସମ୍ଭାର ଉତ୍ସବର ଆୟୋଜନ, କର୍ପୋରେଟ୍ ଉପହାର ଏବଂ ପ୍ରିୟଜନଙ୍କୁ ଉପହାର ଦେବା ପାଇଁ ଉପଯୁକ୍ତ, ଯାହାଦ୍ୱାରା ପ୍ରତ୍ୟେକ ଅବସର ସ୍ବତନ୍ତ୍ର ମନେହେବ।
ଆମ ପ୍ରତିଶ୍ରୁତି:ଗ୍ରାହକଙ୍କୁ ବ୍ୟାପକ ରେଞ୍ଜ୍ ରୁପା ଉତ୍ପାଦ ଯୋଗାଇବା, ଜୀବନକାଳ ମାଗଣା କ୍ଲିନିଂ, ସର୍ବୋତ୍ତମ ବଦଳ ନୀତି, କଷ୍ଟମାଇଜେସନ୍, କ୍ରୟ ପୂର୍ବରୁ ପରଖିବା, ଭ୍ୟାଲ୍ୟୁ ଫର୍ ମନି ଏବଂ ହଲ୍ମାର୍କଯୁକ୍ତ ଓ କ୍ୱାଲିଟି ଉତ୍ପାଦ ଚାନ୍ଦି ଭଣ୍ଡାରର ପ୍ରତିଶ୍ରୁତି।
